ଅପରାଧ

୫ କେଜି ଚାଉଳ ପାଇଁ ମାଆକୁ ପୁଅର ମରଣାନ୍ତକ ଆକ୍ରମଣ l

ସତ୍ୟଶିଖା ( ବାଲେଶ୍ୱର ) ୧୬ .୦୮.୨୦୨୦ : ମାଆକୁ ହାଣିଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ବସ୍ତିରେ । ୫ କେଜି ଚାଉଳକୁ ନେଇ ମାଆ ପୁଅଙ୍କ ମଧ୍ୟରେ ଝଗଡା ଉଗ୍ର ରୂପ ନେଇଥିଲା । ଫଳରେ ପୁଅ ସାଜନ ଖାଁ ଉତ୍ୟକ୍ତ ହୋଇ ଟାଙ୍ଗିଆ ଆକ୍ରମଣ କରିଥିଲେ । ମହିଳାଙ୍କ ବେକ ଓ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ ଏହି ଖବର ପାଇବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Show More
Back to top button