
ସତ୍ୟଶିଖା ୨୩/୦୧/୨୦୨୧ : ଜଣେ କି ୨ ଜଣଙ୍କ ଘର ନୁହେଁ, ବରଂ ୨୦୦ଲୋକଙ୍କ ଘରେ ଲାଗିଥିବା ସିସିଟିଭ୍ କ୍ୟାମେରାକୁ ହ୍ୟାକ କରାଯାଇଛି । ସୁରକ୍ଷା ପାଇଁ ଘରେ କ୍ୟାମେରା ଲଗାଇବା ଦାୟିତ୍ୱ ଥିଲା । କିନ୍ତୁ ନିଜର ଯୌନ ଲାଲସା ପାଇଁ ସେହି କ୍ୟାମେରାକୁ ଦୁରୁପଯୋଗ କରିଛି ଟେକ୍ନିସିଆନ୍ । କିଛି ଲୋକଙ୍କ ଘରେ ଲାଗିଥିବା ସିସିଟିଭିକୁ ହ୍ୟାକ୍ କରି ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ମହିଳାଙ୍କ ନଗ୍ନ ଚିତ୍ରକୁ କଏଦ କରିଥିଲା ୩୫ ବର୍ଷୀୟ ଯୁବକ ।
ଖବର ଅନୁଯାୟୀ, ଏଡିଟି ସିକ୍ୟୁରିଟି ସର୍ଭିସେସ୍ ସଂସ୍ଥାର ଟେକ୍ନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ ଜଣେ ଯୁବକ । ସହରର ପ୍ରତି ଘରେ କ୍ୟାମେରା ଲଗାଇବା ସଂସ୍ଥା ତାଙ୍କୁ ଦାୟିତ୍ୱ ଦେଇଥିଲା । କିନ୍ତୁ କ୍ୟାମେରା ଲଗାଇବା ସହ ନିଜର କୁତ୍ସିତ ମନଭାବ ଲାଗି ଆଜି ତାକୁ ଜେଲ୍ଦଣ୍ଡ ଭୋଗିବାକୁ ପଡିଛି । ପ୍ରତ୍ୟେକ ଘରେ ଲାଗିଥିବା କ୍ୟାମେରାକୁ ହ୍ୟାକ୍ କରି ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୂହୂର୍ତ୍ତି ଏବଂ ମହିଳାଙ୍କ ନଗ୍ନ ଚିତ୍ର ଦେଖୁଥିଲେ ।ଏହିପରି ଭାବେ ୨୦୦ଶହ ଲୋକଙ୍କ ଘରେ ଲାଗିଥିବା କ୍ୟାମେରାକୁ ହ୍ୟାକ୍ କରି ଏପରି କାମ ଚଳାଇଥିଲା । ଏପରିକି ସୁନ୍ଦରୀ ମହିଳାଙ୍କ ନଗ୍ନ ଚିତ୍ରକୁ ବାରମ୍ବାର ଦେଖୁଥିଲେ , ଏବଂ ସେହି ସବୁ ଚିତ୍ରକୁ ଏକ ହାର୍ଡଡିସ୍କରେ ଷ୍ଟୋର କରି ରଖୁଥିଲେ । ଥରେ କିମ୍ବା ୨ ଥର ନୁହେଁ, ବରଂ ବାରମ୍ବାର ଘରେ ଲାଗିଥିବା କ୍ୟାମେରାକୁ ହ୍ୟାକ୍ କରାଯାଇ ଏପରି କାମ କରୁଥିଲା ୩୫ ବର୍ଷୀୟ ଯୁବକ । ଯାହାର ପର୍ଦ୍ଦାଫାସ କରିଛି ପୋଲିସ । ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ । ନିଜର ଯୌନ ଲାଲସାକୁ ପୂରଣ କରିବା ପାଇଁ ଯୁବକ ଜଣଙ୍କ ଏପରି କାର୍ଯ୍ୟ କରୁଆସୁଥିଲା ବୋଲି କୋର୍ଟ କହିଛନ୍ତି । ଅଭିଯୁକ୍ତଜଣଙ୍କ କୋର୍ଟରେ ଦୋଷୀ ଭାବେ ପ୍ରମାଣିତ ହୋଇଛି । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ , ତାଙ୍କୁ ୫ବର୍ଷ ଜେଲ୍ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଛି ।