ନ୍ୟୁଜ୍ରାଜ୍ୟ

ଜଳାଶୟରେ ଡଙ୍ଗା ଭସାଇବାକୁ ଲୋକଙ୍କ ଭିଡ଼, କରୋନା କଟକଣା ଭିତରେ ବୋଇତ ବନ୍ଦାଣ ଉତ୍ସବ ପାଳିତ

ସତ୍ୟଶିଖା ( ଭୁବନେଶ୍ୱର )୧୯ /୧୧ /୨୦୨୧: ସାରା ରାଜ୍ୟରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇବାକୁ ସକାଳୁ ସକାଳୁ ଭିଡ଼ ଲଗାଇଥିବାର ଦେଖିବାକୁ ମିଳିଛି। ଲୋକେ ପରିବାର ସହିତ ଏଭଳି ଡଙ୍ଗା ଭସାଉଛନ୍ତି, ଯାହାକୁ ଦେଖିଲେ ଲାଗୁନି ଯେ ଆଉ କରୋନାର ପ୍ରଭାବ ଅଛି। କଟକ ସହରରେ ସର୍ବସାଧାରଣ ଡଙ୍ଗାଭସା ଉପରେ କଟକଣା ଲାଗିଥିବା ବେଳେ ଏହାକୁ କେହି ମାନୁ ଥିବାର ଜଣାପଡ଼ୁନାହିଁ। ରାସ୍ତାଘାଟରେ ଲୋକଙ୍କ ପ୍ରବଳ ଜନଗହଳି ମଧ୍ୟ ସକାଳୁ ସକାଳୁ ପରିଲକ୍ଷିତ ହୋଇଛି। କେବଳ ମହାନଦୀ ବା କାଠଯୋଡ଼ି ନଦୀରେ ନୁହେଁ, ବରଂ ସାହିରେ ଥିବା ଜଳାଶୟରେ ବି ଡଙ୍ଗା ଭସାଇବାକୁ ଭିଡ଼ ଲଗାଇଛନ୍ତି।

ରାଜଧାନୀ ଭୁବନେଶ୍ବରରେ ବିନ୍ଦୁସାଗରରେ ବି ଲୋକେ ଡଙ୍ଗା ଭସାଇଛନ୍ତି। କୁଆଖାଇ ନଦୀ ଘାଟ ଗୁଡ଼ିକରେ ୧୪୪ ଧାରା ଲାଗିଛି। ଡ଼ଙ୍ଗା ଭସାଇବାକୁ ମନା କରାଯାଇଛି। ରାତି ୩ଟାରୁ ପୁଲିସ ଜଗିଥିଲେ ବି କିଛି ଦୁରରେ ଥିବା ନଦୀ କୂଳରେ ଲୋକେ ଡ଼ଙ୍ଗା ଭସାଇଛନ୍ତି। ସେହିପରି ପୁରୀରେ ସମୁଦ୍ରକୂଳରେ ମଧ୍ୟ ଲୋକେ କଟକଣା ନମାନି ଡ଼ଙ୍ଗା ଭସାଇଥିବା ଦେଖିବାକୁ ମିଳିଛି। ତେବେ ଅନେକ ସ୍ଥାନରେ ଡଙ୍ଗାଭସା ଫିକା ପଡ଼ିଥିବା ଜଣାଯାଇଛି।
କରୋନା କଟକଣା ଭିତରେ ରାଜ୍ୟରେ କେତେକ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି। ଭଦ୍ରକର ଜଗନ୍ନାଥପୁର ମହାବୀର ଘାଟ ଓ ବାଉଡପୁରର ସାଳନ୍ଦୀ ନଦୀଘାଟରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଛି।
Show More
Back to top button