ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ପୌର ନିର୍ବାଚନରୁ ହଟିଲା କୋଭିଡ୍ କଟକଣା: ରାଜ୍ୟ ନିର୍ବାଚନ କମିଶନ

ସତ୍ୟଶିଖା( ଭୁବନେଶ୍ୱର )୦୭.୦୩.୨୦୨୨ : ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ରାଜ୍ୟ କମିଶନଙ୍କ ଗାଇଡଲାଇନ୍ । ଚଳିତ ପୌର ନିର୍ବାଚନ ସମୟରେ ଲାଗୁ ହେବନି କୋଭିଡ୍ କଟକଣା । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର ପ୍ରଚାର କାର୍ଯ୍ୟ କରିପାରିବେ । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ପଜିଟିଭ୍ ହାର ନିମ୍ନମୁଖୀ ହୋଇଛି । ସାଧାରଣ ଭାବେ ଯେପରି ପ୍ରଚାର ହୁଏ, ସେପରି ପୌର ନିର୍ବାଚନରେ ପ୍ରଚାର କରାଯିବ । ତେବେ ଆଗକୁ ଯଦି ସଂକ୍ରମଣ ବୃଦ୍ଧି ପାଏ, ତେବେ କଟକଣା ଲାଗୁ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

Show More
Back to top button