ଜୀବନମନ୍ତ୍ରଦେଶନ୍ୟୁଜ୍ବିଦେଶରାଜ୍ୟସ୍ପେଶାଲ୍ ରିପୋର୍ଟସ୍ୱାସ୍ଥ୍ୟ

କରୋନା ଟିକା: ଅକ୍ସଫୋର୍ଡ ଭାକସିନ ଟ୍ରାଏଲରେ ସାମିଲ ଜଣେ ସ୍ଵେଚ୍ଛାସେବୀଙ୍କ ମୃତ୍ୟୁ

ସତ୍ୟଶିଖା (ନୂଆଦିଲ୍ଲୀ) ୨୨/୧୦/୨୦୨୦ : ବିଶ୍ୱ ସ୍ଵାସ୍ଥ ସଂଗଠନ (ଡବ୍ଲଏଚଓ) ଅନୁସାରେ ପ୍ରାୟ ୧୨ଟି କରୋନା ଭାକସିନ ଟ୍ରାଏଲ ରହିଛି ଅନ୍ତିମ ପର୍ଯ୍ୟାୟରେ । ଏହି ଟ୍ରାଏଲରେ ଅକ୍ସଫୋର୍ଡ ୟୁନିଭର୍ସିଟି ଓ ଆଷ୍ଟ୍ରାଜେନେକାର କରୋନା ଭାକସିନକୁ ସବୁଠୁ ଉନ୍ନତ ବୋଲି କୁହାଯାଉଛି । ତେବେ ଏହାର ଭିତରେ ଏକ ଖରାପ ଖବର ସାମ୍ନାକୁ ଆସିଛି । ଭାକସିନ୍ ଟ୍ରାଏଲ ବେଳେ ବ୍ରାଜିଲରେ ଜଣେ ସ୍ଵେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି ।ବ୍ରାଜିଲର ହେଲଥ ଅଥୋରିଟି ଅନଭିସା ବୁଧବାର କହିଛି ଯେ ଭାକସିନ ଟ୍ରାଏଲରେ ସାମିଲ ଜଣେ ଭଲ୍ୟୁଣ୍ଟର ପ୍ରାଣ ହରାଇ ଥିଲେ ହେଁ ତାଙ୍କ ମୃତ୍ୟୁର କାରଣ ଭାକସିନ ନୁହେଁ । ବ୍ରାଜିଲ ନିଷ୍ପତ୍ତି ନେଇ ​ ଯେ ଏହି ଘଟଣା ପରେ ଟିକା ଟ୍ରାଏଲ ରୋକାଯିବ ନାହିଁ । ଫେଡରଲ ୟୁନିଭର୍ସିଟି ଅଫ୍ ସାଓ ପାଓଲ ସାହାଯ୍ୟରେ ବ୍ରାଜିଲରେ କରୋନା ଟିକା A Z D 22ର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ରହିଛି । ତେବେ ଯେଉଁ ସ୍ଵେଚ୍ଛାସେବୀଙ୍କ ମୃତ୍ୟୁ ହୋଇଛି ସେ ବ୍ରାଜିଲର ନୁହନ୍ତି । ବ୍ଲୁମବର୍ଗ ଅନୁସାରେ ତାଙ୍କ ବୟସ ୨୮ ବର୍ଷ ଓ ତାଙ୍କୁ ଭାକସିନ ଦିଆଯାଇ ନ ଥିଲା ।ଅନଭିସା କହିଛି ଘଟଣା ପରେ ଭାକସିନ ଟ୍ରାଏଲ ଜାରି ରହିବ । ମାତ୍ର ଏହା ବାବଦରେ ଅଧିକ ତଥ୍ୟ ପରବର୍ତୀ ମୁହୂର୍ତରେ ଦିଆଯିବ । ସେପଟେ ଅକ୍ସଫୋର୍ଡ ବୈଜ୍ଞାନିକ କହିଛନ୍ତି ଭାକସିନ ସୁରକ୍ଷାକୁ ନେଇ କୌଣସି ଚିନ୍ତାର ବିଷୟ ନାହିଁ । ଏହା ପୂର୍ବରୁ ଡିସେମ୍ବରରେ ବ୍ରିଟେନରେ ଭାକସିନ ଟ୍ରାଏଲ ସମୟରେ ସ୍ଵେଚ୍ଛାସେବୀଙ୍କୁ ହସପିଟାଲରେ ଭର୍ତି ହେବାକୁ ପଡ଼ିଥିଲା । ସେହିପରି ଦକ୍ଷିଣ କୋରିଆାରେ ଫ୍ଲୁ ସର୍ଟ ଦିଆଯିବା ପ​ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆମେରିକା ମଧ୍ୟ ଏବେ ଏଫଡିଏ ସେଫ୍ଟି ଡାଟାର ରିଭ୍ୟୁ କରିବା ପରେ ଟ୍ରାଏଲ ପୁଣିଥରେ ଆରମ୍ଭ କରିବା ନିଷ୍ପତ୍ତି ନେଇଥିଲା । ମତ୍ରେ ଏବେ ଏ ବ୍ରାଜିଲ ଏହି ଘଟଣା ପରେ କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Show More
Back to top button