ବିଦେଶ

ପାକର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଏବେକାର ରେଳମନ୍ତ୍ରୀଙ୍କୁ କରୋନା

ଇସଲାମାବାଦ: ମହାମାରୀ କରୋନା ପାକିସ୍ତାନରେ ତା’ର ସଂକ୍ରମଣ ଗତି ବୃଦ୍ଧି କରିବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକ୍କନ ଆବାସୀ ଓ ବର୍ତ୍ତମାନର ରେଳମନ୍ତ୍ରୀ ଶେଖ ରଶିଦ ଅହମଦ ସଂକ୍ରମିତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଉଭୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଉଭୟଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।

ପାକିସ୍ତାନରେ କରୋନା ସଂକ୍ରମଣ ବଢ଼ୁଥିଲେ ହେଁ ଇମ୍ରାନ ଖାନ ସରକାର ଲକଡାଉନ ନିୟମକୁ କୋହଳ କରିବା ସହ ସବୁ ପ୍ରକାରର କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି।

[ad_2]
Show More
Back to top button