ନିୟମିତ ପୂଜା ଘରେ ଘିଅ ଦୀପ ଲଗାଇଲେ ବାସ୍ତୁ ଦୋଷ ଦୂର ହୁଏ


ସତ୍ୟଶିଖା,(ଭୁବନେଶ୍ୱର) ୨୪ .୦୩ .୨୦୨୧ :
ପୂଜା କରିବାର ବହୁତ ନିୟମ ରହିଛି . ଯଦି ଏହାକୁ ପାଳନ ନକରାଯାଏ ଜୀବନରେ ବହୁତ ସମସ୍ୟା ଆସିଥାଏ. ଏଥିରୁ ବର୍ତ୍ତିବା ପାଇଁ ନିମ୍ନଲିଖିତ ଟିପ୍ସ ଦେଖନ୍ତୁ.
ପ୍ରଭୁ ଗଣେଶ, ମା’ ଦୁର୍ଗା, ଶିବ, ବିଷ୍ଣୁ ଓ ସୂର୍ୟ୍ୟଙ୍କୁ ପଞ୍ଚ ଦେବତା କୁହାଯାଏ। ପ୍ରତ୍ୟେକ ଶୁଭ କାର୍ୟ୍ୟ ପୂର୍ବରୁ ଓ ନିୟମିତ ପଞ୍ଚଦେବତାଙ୍କୁ ପୂଜା କଲେ ଜୀବନର ଅନେକ ସମସ୍ୟା ଦୂର ହେବା ସହ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ।
ବିନା ସ୍ନାନରେ ତୁଳସୀ ପତ୍ର ତୋଳନ୍ତୁ ନାହିଁ।
ଭଗବାନଙ୍କୁ ଚନ୍ଦନ, କୁଙ୍କୁମ ଆଦି ଲଗାଇବା ସମୟରେ ଅନାମିକା ଆଙ୍ଗୁଠି ବ୍ୟବହାର କରନ୍ତୁ।
ନିୟମିତ ଭଗବାନଙ୍କ ସମ୍ମୁଖରେ ଧୂପ, ଦୀପ ଲଗାନ୍ତୁ। ମାତ୍ର ଏହାକୁ ପାଟିରେ କି ହାତରେ ଲିଭାନ୍ତୁ ନାହିଁ।
ଭଗବାନ ସୂର୍ୟ୍ୟଙ୍କର ୭ଥର, ଗଣେଶଙ୍କର ୩ ଥର, ବିଷ୍ଣୁଙ୍କର ୪ ଥର , ଶିବଙ୍କ ନିକଟରେ ଅଧା ପରିକ୍ରମା କରିବା ଉଚିତ।
ନିୟମିତ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ନିକଟରେ ଘିଅର ଦୀପ ଲଗାନ୍ତୁ। ଏପରି କରିବା ଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ।
ଘରେ ବିଶେଷ ପୂଜା ସମୟରେ କଳସ ସ୍ଥାପନ, ଘରର ମୁଖ୍ୟ କବାଟରେ ସ୍ୱସ୍ତିଷ୍କ ଚିହ୍ନ କରନ୍ତୁ।
ପ୍ରଭୁ ଶିବଙ୍କ ପୂଜାରେ ତୁଳସୀ, କେତକୀ ଫୁଲ ଅର୍ପଣ କରନ୍ତୁ ନାହିଁ।






