ସତ୍ୟଶିଖା (ଭୁବନେଶ୍ୱର) ୨୪ /୧୨/୨୦୨୦ : କରୋନା ମାହାମାରୀ କଟକଣା ପାଇଁ ଚଳିତ ବର୍ଷ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ପୂର୍ବ ବର୍ଷମାନଙ୍କ ଭଳି ଏ ବର୍ଷ ପର୍ଯ୍ୟଟକ ସଂଖ୍ୟା ବହୁ ପରିମାଣରେ କମିବା ଆକଳନ କରାଯାଉଥିବାରୁ ନନ୍ଦନକାନନରେ ଉଭୟ ବଡ଼ଦିନ ଓ ନୂଆବର୍ଷ ଫିକା ପଡ଼ିବା ନିଶ୍ଚିତ ହୋଇଛି । କରୋନା କଟକଣା କୋହଳ ହୋଇଥିବା ସତ୍ତ୍ବେ କିଛି ଦିନ ହେଲା ଶୀତ ଲହରୀ ବଢ଼ୁଥିବାରୁ ଓ କରୋନାର ଦ୍ଵିତୀୟ ଲହରୀ ଭୟ ଥିବାରୁ ଏଭଳି ଆଶଙ୍କା କରାଯାଉଛି ।
ନନ୍ଦନକାନନରେ ଫିକା ପଡ଼ିବ ବଡ଼ଦିନ ଓ ନୂଆ ବର୍ଷ
