ମାଓ ସଂଗଠନକୁ ଶକ୍ତ ଝଟ୍‌କା ।

ସତ୍ୟଶିଖା : ୨୪/୦୨/୨୦୨୫: ମାଲକାନଗିରି ସୀମାନ୍ତ ମୁଲୁଗୁ ଜିଲ୍ଲାରେ ୯ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି ।

ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ୯ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମୁଲୁଗୁ ଜିଲ୍ଲା ଏସ୍‌ପି ଓ ୩୯ ବାଟାଲିୟନ ସିଆରପିଏଫ୍‌ ଅଧିକାରୀଙ୍କ ଦ୍ୱାରା ଚାଲିଥିବା ଅପରେସନ ଚେୟୁତା ମାଧ୍ୟମରେ ଏହି ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ୯ ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର । ହେଲେ

ଆତ୍ମସମର୍ପଣ ପରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ମୁଲୁଗୁ ଜିଲ୍ଲା ଏସପି କହିଛନ୍ତିlଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ମଧ୍ୟ  ସେମାନଙ୍କ ପରିବାର ସହିତ ଶାନ୍ତିପୂର୍ଣ୍ଣ ଭାବେ ଜୀବନଯାପନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

↑
Exit mobile version