

ସତ୍ୟଶିଖା (ନୂଆଦିଲ୍ଲୀ )୦୪.୦୩.୨୦୨୧: ଆମେରିକାରେ ବଣ୍ଡ ୟିଲ୍ଡରେ ବୃଦ୍ଧିର ପ୍ରଭାବ ଗ୍ଲୋବାଲ କମୋଡିଟି ମାର୍କେଟରେ ଦେଖିବାକୁ ମିଳିଛି। ସେଥିପାଇଁ ସୁନା ଓ ରୁପା ଦର ଲଗାତାର ହ୍ରାସ ପାଇବାରେ ଲାଗିଛି। ଭାରତରେ ମଧ୍ୟ ଏହାର ପ୍ରଭାବ ପଡିଛି। ଗୁରୁବାର ଦିନ ସୁନା ରୁପା ଦର ପୁଣି ହ୍ରାସ ପାଇଛି। ଏମସିଏକ୍ସରେ ଗୁରୁବାର ଦିନ ସୁନା ୧୮୦ ଟଙ୍କା ହ୍ରାସ ପାଇ ୧୦ ଗ୍ରାମକୁ ୪୪ ହଜାର ୭୬୮ ଟଙ୍କା ହୋଇଛି। ରୁପା ଦର ୫୨୭ ଟଙ୍କା ହ୍ରାସ ପାଇ କିଲୋ ପ୍ରତି ୬୭ ହଜାର ୪୭୩ ଟଙ୍କାରେ ପହଞ୍ଚିଛି। ବୁଧବାର ଦିନ ଦିଲ୍ଲୀ ବଜାରରେ ସୁନା ଦର ୨୦୮ ଟଙ୍କା ହ୍ରାସ ପାଇ ୪୪ ହଜାର ୭୬୮ ଟଙ୍କାରେ ପହଞ୍ଚିଥିଲା। ତାର ଦିନେ ପୂର୍ବରୁ ସୁନା ଦର ୪୪ ହଜାର ୯୭୬ ଟଙ୍କା ଥିଲା। ଗ୍ଲୋବାଲ ମାର୍କେଟରେ ସୁନା ଦର ୦.୨ ପ୍ରତିଶତ ହ୍ରାସ ପାଇଛି ଏବଂ ପ୍ରତି ଆଉନ୍ସ ୧୭୩୪.୧୬ ଡଲାରରେ ପହଞ୍ଚିଛି। ରୁପା ୦.୧ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ପ୍ରତି ୨୬.୧୧ ଡଲାରରେ ପହଞ୍ଚିଥିଲା।






