ନ୍ୟୁଜ୍

ପୁଣି ରାଜଧାନୀରେ କଳା ପଲ୍‌ସର ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍‌

ସତ୍ୟଶିଖା( ଭୁବନେଶ୍ୱର)୧୩.୦୪.୨୦୨୨  ରାଜଧାନୀରେ ପୁଣି କଳା ପଲ୍‌ସର ଆତଙ୍କ । ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ମହିଳାଙ୍କ ଠାରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା । ଫଳରେ ମହିଳା ଜଣକ ସ୍କୁଟିରୁ ପଡି ଗୁରୁତର ହୋଇଛନ୍ତି ।

ସୂଚନା ଅନୁସାରେ, ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ସ୍କୁଲକୁ ବୁଧବାର ସକାଳୁ ମହିଳା ଜଣକ ନିଜ ଝିଅକୁ ଛାଡିବାକୁ ଯାଇଥିଲେ । ଝିଅକୁ ଝାଡି ଘରକୁ ଫେରୁଥିବା ବେଳେ ହଠାର ୨ ଜଣ ପଲସରରେ ଆସି ଚେନ୍ ଝାମ୍ପି ନେଇଥିଲେ ।

ଫଳରେ ମହିଳା ଜମଙ୍କ ସ୍କୁଟିରୁ ପଡି ଗୁରୁତର ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି ।  ପରେ ମହିଳା ଜଣକ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।

ଏହାପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି । ଏହାସହିତ ନିକଟରେ ଥିବା ସିସିଟଭିଙ୍କୁ ଯାଞ୍ଚ କରୁଛି ପୋଲିସ ।

Show More
Back to top button