
ସତ୍ୟଶିଖା (ଲକ୍ଷ୍ମୌ) ୦୧/୧୦/୨୦୨୦ : ବଲିଉଡ ଡ୍ରଗ୍ସ ମାମଲାରେ ଲୋକସଭା ସାଂସଦ ତଥା ବିଜେପି ନେତା ରବି କିଶନ ସ୍ୱର ଉତ୍ତୋଳନ କରିଥିଲେ । ବହୁ ଫିଲ୍ମରେ କାମ କରିଥିବା ରବି ଲୋକସଭାରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ଥିଲେ । ରବିଙ୍କ ବ୍ୟତୀତ ଅଭିନେତ୍ରୀ କଙ୍ଗନା ମଧ୍ୟ ଡ୍ରଗ୍ସ ପ୍ରସଙ୍ଗରେ କ୍ରମାଗତ ମୁହଁ ଖୋଲିବା ପରେ ତାଙ୍କୁ ଓ୍ବାଇ ପ୍ଲସ ସିକ୍ୟୁରିଟି ସୁରକ୍ଷା ଦିଆଯାଇଥିଲା । କଙ୍ଗନାଙ୍କ ପରେ ଏବେ ରବି କିଶନଙ୍କୁ ମଧ୍ୟ ଏହି ସୁରକ୍ଷା ଯୋଗାଯାଇଛି । ଏ କଥା ଖୋଦ୍ ରବି ଟ୍ବିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି ଯୋଗୀ ଆଦିତ୍ୟନାଥ ତାଙ୍କ ସୁରକ୍ଷାକୁ ଦେଖି ତାଙ୍କୁ ଯେଉଁ ଓ୍ବାଇ ପ୍ଲସ୍ ସୁରକ୍ଷା ଉପଲବ୍ଧ କରିଛନ୍ତି ସେ ପାଇଁ ସେ ଓ ତାଙ୍କ ପୂରା ପରିବାର ଧନ୍ୟବାଦ ଜଣାଇଛନ୍ତି । ଏ ସେବା ପାଇଁ ଋଣୀ ରହିବେ କହିଛନ୍ତି । ଏହା ସହ ରବି କହିଛନ୍ତି ବିଜେପି ତା ସଦସ୍ୟଙ୍କ ଉଚିତ ଧ୍ୟାନ ରଖେ । ଏହା ସହ ତାଙ୍କୁ ଓ ତାଙ୍କ ପରିବାରକୁ ସୁରକ୍ଷିତ ରଖିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ।ସୂଚନାଯୋଗ୍ୟ ରବି କିଶନଙ୍କୁ କିଛି ଦିନ ତଳେ ଧମକ ମିଳିଥିଲା । ତେବେ ଧମକ ବାବଦରେ ବିସ୍ତୃତ କିଛି ନ କହି କହିଥିଲେ ସମୟ ଆସିଲେ ଏହି କଥା ବାବଦରେ ଜଣାଇବେ । ଦେଶ ଓ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଚିନ୍ତା ଥିବାରୁ ସେ ଡ୍ରଗ୍ସ ମାମଲାରେ ମୁହଁ ଖୋଲିଥିବା କହିଥିଲେ । ଯୁବପିଢ଼ିଙ୍କ ପାଇଁ ସ୍ବର ଉତ୍ତୋଳନ କରିଛନ୍ତି । କେବଳ ଏତିକି ନୁହେଁ ଭବିଷ୍ୟତ ପାଇଁ ଯଦି ତାଙ୍କୁ ଗୁଳି ଖାଇବାକୁ ପଡେ, ସେ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସେ ନିଜ ଜୀବନ ବାବଦରେ କୌଣସି ଚିନ୍ତା କରୁ ନାହାନ୍ତି । ଗତ ଶୁକ୍ରବାର ରବି ଗୋରଖପୁରରୁ ଦିଲ୍ଲୀ ଆସି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ନିକଟରେ ଲୋକସଭା ମୌସୁମୀ ଅଧିବେଶନରେ ଡ୍ରଗ୍ସ ପ୍ରସଙ୍ଗ ଉଠାଇ ଥିଲେ ରବି କିଶନ ।