

ସତ୍ୟଶିଖା (ଭୁବନେଶ୍ୱର)୫ .୦୯.୨୦୨୦ : ଆଜି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟରେ ମନ୍ତ୍ରୀ ଉଭୟ କଳା ଓ ଧନ୍ଦାମୂଳକ ବିଷୟର ପରୀକ୍ଷା ଫଳ ଉନ୍ମୋଚନ କରିବେ । ପରୀକ୍ଷାର୍ଥୀମାନେ www.orissaresults.in ୱେବସାଇଟ କୁ ଯାଇ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ । ତେବେ ଚଳିତ ବର୍ଷ କଳା ବିଭାଗରେ ପାଖାପାଖି ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।