ସତ୍ୟଶିଖା (ବାଲେଶ୍ୱର) ୨୯/୧୦/୨୦୨୦ : ବାଲେଶ୍ୱର ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର । ବାଲେଶ୍ୱର ସଦରରୁ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପ୍ରଚାର ମଧ୍ୟ ଦିନକୁ ଦିନ ଜମୁଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ଭଳି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବି ଭୋଟରଙ୍କୁ ବେଶ୍ ଆକୃଷ୍ଟ କରୁଛନ୍ତି । ତାଙ୍କ ପାଇଁ ଅନେକ ଅଭିନେତା, ସମାଜସେବୀ ପ୍ରଚାର କରିବା ପରେ, ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ମଧ୍ୟ ନିଜେ ବେଣୁ ମଉସାଙ୍କ ପାଇଁ ଗୀତ ଗାଇଛନ୍ତି । …ନବେ ବରଷର ଯୁବକ… ହଟିବ ସବୁ କଷଣ… ହେବ ଉଦାହରଣ… ନାହିଁ ବାହୁ ବଳ, ନାହିଁ ପଇସା… ଏଥର ଆମ ବେଣୁ ମଉସା । ଆଉ ଏହି ଗୀତଟି ବାଲେଶ୍ୱରରେ ପୁରା ଭାଇରାଲ୍ ହେବାରେ ଲାଗିଛି । ବେଣୁଧର ବାରିକ ମଧ୍ୟ ନିଜ ପ୍ରଚାର ଶୋଭାଯାତ୍ରାରେ ଅଭିଜିତ ମଜୁମଦାରଙ୍କ ଏହି ଗୀତଟିକୁ ବଜାଉଥିବା ଦେଖିବାକୁ ମିଳୁଛି । ଭୋଟରଙ୍କୁ ବେଶ ଆକୃଷ୍ଟ କରୁଛି ଏହି ଗୀତ ।
ଜମୁଛି ବେଣୁଧରଙ୍କ ପ୍ରଚାର ବାଲେଶ୍ୱରରେ l
