

ସତ୍ୟଶିଖା (ସୋର) ୧୯.୧୨.୨୦୨୦ : ଆମ୍ବୁଲାନ୍ସରୁ ଓହ୍ଲାଇ ଡାକ୍ତରଖାନାକୁ ନେବା ବେଳେ ଶିଶୁ କନ୍ୟାକୁ ଜନ୍ମଦେଲେ ଗର୍ଭବତୀ । ଛୁଇଁଲେନି ଡାକ୍ତର କି ନର୍ସ । ନାଡି କାଟିଲେ ସୁଇପର । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନରେ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ବାଟି ଅଞ୍ଚଳର ଭଗବାନ ଦଳେଇଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ବାପ ଘର ଔପଦାରେ ରହୁଥିଲେ । ସେଠାରେ ତାଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ଆମ୍ବୁଲାନ୍ସରୁ ଓହ୍ଲାଇ ଡାକ୍ତରଖାନା ଭିତରକୁ ନେବା ବାଟରେ ଶୁଭଲକ୍ଷ୍ମୀ ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ମାତ୍ର ବିଡମ୍ବନାର ବିଷୟ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର କି କୌଣସି ନର୍ସ କେହି ଶୁଭଲକ୍ଷ୍ମୀ କି ନବଜାତ ଶିଶୁ କନ୍ୟାକୁ ଛୁଇଁନଥିଲେ । ତଳେ ପଡି କିଛି ସମୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଜଣେ ସଫେଇ କର୍ମଚାରୀ ଶିଶୁକନ୍ୟାର ନାଭି କାଟିଥିଲେ । ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କର ଏଭଳି ଆଚରଣକୁ ନେଇ ସାଧାରଣରେ ଆସନ୍ତୋଷ ପ୍ରକାଶ ପାଇଛି । ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ସତ୍ୟ ନାରାୟଣ ନାୟକ ଘଟଣାର ତଦନ୍ତ କରୁଥିବା କହିଛନ୍ତି । ପ୍ରସୂତୀଙ୍କୁ ଷ୍ଟ୍ରେଚରରେ ନନେଇ ଯେପରି ବାହାରେ ଶିଶୁକନ୍ୟାର ପଡି ରହିବାକୁ ଖଣ୍ଡନ କରିଛନ୍ତି ।