ସତ୍ୟଶିଖା(ଭୁବନେଶ୍ୱର) ୦୭.୦୬.୨୦୨୧: ରାଜ୍ୟରେ ଆଉ ୪୧ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି।
୨୧ଟି ଜିଲ୍ଲାରୁ ଏହି ୪୧ ଜଣଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ଅଛନ୍ତି। ଏହି ଜିଲ୍ଲାରୁ ଆଉ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏଠାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୧କୁ ବୃଦ୍ଧି ପାଇଛି, ଯାହା ସାରା ରାଜ୍ୟରେ ସର୍ବାଧିକ।
ସେହିପରି ସୁନ୍ଦରଗଡ଼ରୁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପୁରୀ ଓ ଗଞ୍ଜାମରୁ ୩ ଜଣ ଲେଖାଏଁ ବରଗଡ଼, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ, ସମ୍ବଲପୁର ଓ ସୁବର୍ଣ୍ଣପୁରରୁ ୨ ଜଣ ଲେଖାଏଁ, ଏବଂ ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଦେବଗଡ଼, ଢେଙ୍କାନାଳ, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ନୂଆ ମୃତ୍ୟୁ ମାମଲା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨କୁ ବୃଦ୍ଧି ପାଇଥିବା ବେଳେ ବାଲେଶ୍ୱରରେ ୧୦୯, ବରଗଡ଼ରେ ୫୪, ଭଦ୍ରକରେ ୩୪, ଦେବଗଡ଼ରେ ୨୭, ଢେଙ୍କାନାଳରେ ୩୯, ଗଜପତିରେ ୬୬, ଗଞ୍ଜମରେ ୨୯୨, ଜଗତସିଂହପୁରରେ ୪୯, ଯାଜପୁରରେ ୩୩, ଝାରସୁଗୁଡ଼ାରେ ୭୨, କଳାହାଣ୍ଡିରେ ୧୩୫, କେନ୍ଦ୍ରାପଡ଼ାରେ ୫୪, କେନ୍ଦୁଝରରେ ୫୮, ମୟୂରଭଞ୍ଜରେ ୧୦୨, ନୟାଗଡ଼ରେ ୫୩, ପୁରୀରେ ୧୬୦, ସମ୍ବଲପୁରରେ ୯୫, ସୁବର୍ଣ୍ଣପୁରରେ ୩୫ ଓ ସୁନ୍ଦରଗଡ଼ରେ ୨୮୮କୁ ବୃଦ୍ଧି ପାଇଛି।