

ସତ୍ୟଶିଖା (ନୀଳଗିରି) ୫/୧୧/୨୦୨୦ : ନୀଳଗିରି ମୁହାଁ ଝାଡଖଣ୍ଡୀ ହାତୀ । ଯାହାକୁ ନେଇ ଚିନ୍ତାରେ ବନବିଭାଗ । ସେପଟେ କୁଳଡିହା ଅଭୟାରଣ୍ୟରୁ ହାତୀ ବାହାରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । କୁଳଡିହା ଅଭୟାରଣ୍ୟରୁ ଦୁଇଟି ହାତୀ ସୀମାନ୍ତ ଗାଁ ନୀଳଗିରି ଏନଏସି ଅଧିନ ଶାଳବନ୍ଧ ଗାଁ ନିକଟରେ ଥିବା ଧାନ ଫସଲ ନଷ୍ଟ କରିଛନ୍ତି । ବ୍ୟାପକ ଧାନ ଫସଲ ଖାଇବା ସହ ପାଦ ତଳେ ଦଳି ନଷ୍ଟ ମଧ୍ୟ କରୁଛନ୍ତି । ଚାଷୀକୁଳ ହତାଶ ହୋଇଥିବା ବେଳେ ହାତୀଙ୍କ ଦାଉରୁ କିପରି ଫସଲ ସୁରକ୍ଷା ଦେବେ ଏନେଇ ଚିନ୍ତା ଘାରିଛି । ସେହିପରି ହାତୀ ପାଖ ଗାଁକୁ ପଶି ଘରଦ୍ୱାର ଭାଙ୍ଗିବା ଭୟ ରହିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।ବନବିଭାଗ ହାତୀ ଘଉଡାଇବା ବେଳେ ଗୋଟିଏ ହାତୀ ଅଭୟାରଣ୍ୟ ଭିତରକୁ ପଶିଯାଇଥିବା ବେଳେ ଆଉ ଗୋଟିଏ ଦନ୍ତା ପାଲଟା ଆକ୍ରମଣ କରିବାକୁ ଗୋଡାଉଥିବାକୁ ପଛାଇନଥିଲା । ଗୋଟିଏ ପଟେ ଝାଡ଼ଖଣ୍ଡ ଦନ୍ତା, ଆଉ ଗୋଟିଏ ପଟେ କୂଳଡିହାରେ ହାତୀଙ୍କ ଉପଦ୍ରବ ବୋଝ ଉପରେ ନଳିତା ବିଡ଼ା ସଦୃଶ କୁହାଯାଇଛି ।