ଦୁର୍ଘଟଣା

ବୋରୱେଲରେ ଗାତରେ ଖସିପଡିଲେ ବୃଦ୍ଧା

ସତ୍ୟଶିଖା(ଭୁବନେଶ୍ୱର) ୧୪.୧୧.୨୦୨୩ :  ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ କଇଁଫୁଲ ଗାଁରେ ଅଘଟଣ । ବେଣା କାଟିବାକୁ ଯାଇ ଥିବାବେଳେ ଏକ ଖୋଲା ଡିପ୍ ବୋରୱେଲରେ ଖସି ପଡିଲେ ଜଣେ ବୃଦ୍ଧ ମହିଳା । ବୃଦ୍ଧ ମହିଳା ଜଣକ ୨୦ ଫୁଟ ତଳେ ଥିବା ସୂଚନା ମିଳିଛି । ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣା ସ୍ତଳରେ ପହଞ୍ଚି ଆରମ୍ଭ କରିଛି ଉଦ୍ଧାର କାର୍ଯ୍ୟ ।

ସୂଚନା ଅନୁସାରେ ଗୋବିନ୍ଦପୁର ଗାଁର ଦୁଃଖୀ ନାଗ ଗତ କାଲି ଅପରାହ୍ନରେ ଝାଡୁ ତିଆରି କରିବା ପାଇଁ ବେଣା କାଟିବାକୁ ଯାଇଥିଲେ । ବିଲ ନିକଟରେ ଥିବା ଖୋଲା ବୋରୱେଲରେ ଅଜାଣତରେ ଖସି ପଡ଼ିଥିଲେ । ଏନେଇ ଘର ଲୋକ ଖୋଜା ଖୋଜି କରିଥିଲେ ହେଁ ପାଇ ନଥିଲେ । ଆଜି ସକାଳୁ କିଛି ଲୋକ ସେହି ରାସ୍ତା ଦେଇ ଗଲାବେଳେ ସନ୍ଦେହରେ ଦେଖୁଥିବାବେଳେ ବୃଦ୍ଧା ଜଣକ ପଡ଼ିଥିବା ଜାଣିବାକୁ ପାଇଥିଲେ । ଏନେଇ ତରଭା ଓ ସୋନପୁର ଦମକଳ ବିଭାଗକୁ ଖବର ଦେଇଥିବାବେଳେ ଏବେ ଉଦ୍ଧାର କର୍ଯ୍ୟ ଜାରି ରହିଛି। ଗାତ ଭିତରକୁ ଅକ୍ସିଜେନ ପଠାଯାଇଥିବା ସୂଚନା ରହିଛି .

Show More
Back to top button