ରାଜ୍ୟଶିକ୍ଷାସ୍ୱାସ୍ଥ୍ୟ

କୋଭିଡ ମନିଟରିଂ ସେଲ୍ ଗଠିତ: ବିନା ମାସ୍କରେ ସ୍କୁଲ ଯିବା ମନା

ସତ୍ୟଶିଖା(ଭୁବନେଶ୍ୱର )୮.୦୯ .୨୦୨୧:  ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଗତକାଲି ଖବର ପ୍ରଚାରିତ ହେବା ପରେ ପିଲାଙ୍କ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ବନ୍ଦ ରହିବା ପରେ ସ୍କୁଲ, କଲେଜ ଖୋଲିଥିବା ବେଳେ ଏବେ ସଂକ୍ରମିତ ପିଲାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସ୍କୁଲମାନଙ୍କରେ କଡ଼ାକଡ଼ି ଭାବେ SOP ପାଳନ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ରାଜ୍ୟର ସମସ୍ତ DEOମାନଙ୍କୁ ଚିଠି ଲେଖି SOP ନେଇ ସଚେତନ କରିଛି  ଗଣଶିକ୍ଷା ବିଭାଗ  । ଏପରି ସ୍ଥିତିରେ ଶିକ୍ଷାନୁଷ୍ଠାନରେ ସଂକ୍ରମଣ ଉପରେ ରୋକ ଲଗାଇବାକୁ ଓସେପା ପକ୍ଷରୁ କୋଭିଡ ମନିଟରିଂ ସେଲ୍ ଗଠନ କରାଯାଇଛି । ଯୁଗ୍ମ ନିର୍ଦ୍ଦେଶିକା  ଆରତୀ ରାଉତଙ୍କୁ ମୁଖ୍ୟ କୋଭିଡ କଂପ୍ଲାଏନ୍ସ ଦାୟିତ୍ୱ ଦିଆଯାଇଥିବା ବେଳେ ଉପନିର୍ଦ୍ଦେଶିକା କଳ୍ପନା ହାଁସଦା ହୋଇଛନ୍ତି ସହକାରୀ କଂପ୍ଲାଏନ୍ସ ଅଫିସର ।

ଜିଲ୍ଲାସ୍ତରରେ ମଧ୍ୟ କୋଭିଡ ମନିଟରିଂ ସେଲ୍ ଗଠନ ପାଇଁ ସବୁ ଡିଇଓଙ୍କୁ କୁହାଯାଇଛି । ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ରଖିବାକୁ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।  ଏଥି ସହିତ କୋଭିଡ ସଂପର୍କିତ ଅନ୍ୟ କାର୍ଯ୍ୟର ତଦାରଖ କରିବାକୁ ମଧ୍ୟ କୁହାଯାଇଛି ।   ସ୍କୁଲର ଦୈନିକ କୋଭିଡ ତଥ୍ୟ ସଂଗ୍ରହ କରି  ଓସେପାକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି  ।

Show More
Back to top button