
ସତ୍ୟଶିକ୍ଷା (ମୁମ୍ବାଇ) ୨୫ .୦୯.୨୦୨୦ : କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ସହ ରୋଜଗାର ଓ ଆର୍ଥିକ ଅବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି । କରୋନା ଭାଇରସ୍ ଯୋଗୁ ଅର୍ଥାବସ୍ଥା ମଧ୍ୟ ଦୋହଲି ଯାଇଛି । ତେବେ ଏ ମହାମାରୀ କେବଳ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉ ନାହିଁ, ବରଂ ଖର୍ଚ ଉପରେ ମଧ୍ୟ ପ୍ରଭାବ ପକାଇଛି । ଷ୍ଟାଣ୍ଡର୍ଡ ଚାଟାର୍ଡ ବ୍ୟାଙ୍କ ଅନୁସାରେ ମହାମାରୀ ଭୟରେ ପ୍ରତି ୧୦ଜଣରୁ ୯ ଜଣ ଭାରତୀୟ ଅର୍ଥାତ ୯୦ ପ୍ରତିଶତ ଲୋକ ଖର୍ଚ କରିବା ଦିଗରେ ସତର୍କତା ଅବଲମ୍ବନ କରୁଛନ୍ତି । ଅର୍ଥାତ୍ ଖର୍ଚ ପ୍ରତି ସତର୍କ ହୋଇଛନ୍ତି ।ଏହା ବାଦ୍ ୭୬ ପ୍ରତିଶତଙ୍କ ବିଶ୍ୱlସ ଯେ ମହାମାରୀ ସେମାନଙ୍କୁ ଖର୍ଚ କରିବା ପୂର୍ବରୁ ଚିନ୍ତା କରିବାକୁ ବାଧ୍ୟ କରୁଛି । ବିଶ୍ୱ ସ୍ତରରେ ୬୨ ପ୍ରତିଶତ ଲୋକ ଏହିଭଳି ଚିନ୍ତା କରୁଛନ୍ତି । ସେହିପରି ୭୮ ପ୍ରତିଶତ ଭାରତୀୟଙ୍କୁ ଅନଲାଇନରେ ଜିନିଷ କିଣାକିଣି ପସନ୍ଦ ।
ମହାମାରୀ ପୂର୍ବ ତୁଳନାରେ ଭାରତ ସମେତ ଦୁନିଆରେ ଲୋକମାନେ ଏବେ ଘରଭଡ଼ା, ସ୍ୱାସ୍ଥ୍ୟ, ଡିଜିଟାଲ ଉପକରଣ ଭଳି ଜିନିଷରେ ଖର୍ଚ କରୁଛନ୍ତି । ଏହି ସର୍ଭେ ୧୨ଟି ଦେଶକୁ ନେଇ କରାଯାଇଛି । ଅର୍ଥାତ୍ ଭାରତ, ଚୀନ, ବ୍ରିଟେନ, ହଂଗକଂଗ, ୟୁଏଇ, କେନିଆ, ଆମେରିକା, ମଲେଶିୟା, ସିଙ୍ଗାପୁର, ତାଇୱାନ, ପାକିସ୍ତାନ, ଇଣ୍ଡୋନେସିଆର ୧୨ ହଜାର ଲୋକଙ୍କ କଥାବର୍ତା ଆଧାରରେ କରାଯାଇଛି । ଏହା ସହ ୮୭ ପ୍ରତିଶତଙ୍କ ମତ ଯେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଭାରତରେ ଲୋକମାନେ କ୍ୟାସଲେସ୍ ଖର୍ଚ ଦିଗରେ ଆଗରେ ରହିବେ ।