ନ୍ୟୁଜ୍ରାଜ୍ୟ

ଆଜିଠୁ ଜୟପୁରକୁ ବିମାନସେବା

ସତ୍ୟଶିଖା( ଜୟପୁର)୦୩.୦୮ . ୨୦୨୨:  କୋରାପୁଟ ଜିଲାବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ଦୀର୍ଘବର୍ଷର ଦାବି ପରେ ଜିଲା ପ୍ରଶାସନର ନିରନ୍ତର ପ୍ରୟାସକ୍ରମେ ଆଜିଠୁ ଜୟପୁର ବିମାନ ବନ୍ଦରରୁ ବିମାନ ଚଳାଚଳ (ନନ ସିଡ୍ୟୁଲ୍ଡ ସେବା) ଆରମ୍ଭ କରିବ ବୋଲି ସୂଚନା ମିଳିଛି । ଇଣ୍ଡିଆ ୱାନ ଏୟାର ନାମକ ବିମାନ ନଂ ୧୭୯୧୩୩ ଭୁବନେଶ୍ବରରୁ ପୂର୍ବାହ୍ଣ ୧୦ଟାରୁ ବାହାରି ଜୟପୁରରେ ୧୧.୩୫ରେ ପହଞ୍ଚିବ। ସେହିପରି ଜୟପୁରରୁ ଏହି ବିମାନ ନଂ ୧୭୯୧୩୪ଟି ୧୨ଟା ୨୦ରୁ ବାହାରି ଭୁବନେଶ୍ବରରେ ୧.୫୫ ମିନିଟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ତେବେ ଏହି ବିମାନ (୯ ଆସନ ବିଶିଷ୍ଟ) ଚଳାଚଳକୁ ନନ ସିଡ୍ୟୁଲ୍ଡ ବର୍ଗ (ଆଡହକ)ରେ ରଖାଯାଇଥିବା ସୂଚନା ମିଳିଛି । ଅର୍ଥାତ ଏହା ନିୟମିତ ଭାବେ ଚଳାଚଳ କରିବ ନା ନାହିଁ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ସୂଚନାଯୋଗ୍ୟ ବୁଧବାର ଭୁବନେଶ୍ୱର ବିମାନ ବନ୍ଦରରରୁ ସରୋଜ ସାହୁଙ୍କ ନେତୃତ୍ୱରେ ଏକ ଟିମ ଆସି ଜୟପୁରରେ ପହଞ୍ଚିଥିବା ଜଣାପଡ଼ିଛି । ଗତ ଜୁଲାଇ ୨୧ ଓ ୨୨ରେ ଦିଲ୍ଲୀରୁ ତିନିଜଣିଆ ଜଣିଆ ଟିମ ଆସି ଜୟପୁର ବିମାନବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ତଦାରଖ କରି ଯାଇଥିଲେ । ବିମାନବନ୍ଦରର ଆଉ କିିଛି କାର୍ଯ୍ୟକୁ ସଜାଡିବାକୁ ଡିଜିସିଏ ଟିମ ପରାମର୍ଶ ଦେଇଥିଲେ । ଏହା ପରେ ଉଡାଣ ଯୋଜନାରେ ଜୟପୁରରୁ ଉଡାଣ କରିବା ପାଇଁ ଚୁକ୍ତି କରିଥିବା ଇଣ୍ଡିଆ ୱାନ ଏୟାର କମ୍ପାନୀ ପକ୍ଷରୁ ଏଭଳି ପରୀକ୍ଷଣ କରାଯାଉଥିବା ସୂଚନା ମିଳିଛି ।

Show More
Back to top button