ରାଜ୍ୟ

ରାଜ୍ୟ ଭିତରେ ଗଡ଼ିବ ୫ଟି ସ୍ୱତନ୍ତ୍ର ଟ୍ରେନ୍‌, କେଉଁ ରୁଟ୍‌ରେ ଚାଲିବ ପଢ଼ନ୍ତୁ

ଭୁବନେଶ୍ୱର(ସତ୍ୟଶିଖା): ପଞ୍ଚମ ପର୍ଯ୍ୟାୟ ଲକଡାଉନ୍ ମଧ୍ୟରେ ରାଜ୍ୟ ଭିତରେ ଲୋକମାନଙ୍କ ସୁବିଧା ପାଇଁ ଆସନ୍ତା ୮ତାରିଖରୁ ସ୍ପେଶାଲ ଟ୍ରେନ ଚଳାଇବାକୁ ରେଳବାଇ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି।

ଆହୁରି ପଢ଼ନ୍ତୁ

ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ, ଏହି ସମସ୍ତ ୫ଟି ସ୍ୱତନ୍ତ୍ର ଟ୍ରେନ ଜୁନ୍ ୮ରୁ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। କୌଣସି ଲୋକାଲ ଟ୍ରେନ୍ ଶନିବାର ଓ ରବିବାର ଚଳପ୍ରଚଳ କରିବ ନାହିଁ। ଯେଉଁ ସବୁ ମାର୍ଗରେ ଏହି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ସେଗୁଡ଼ିକ ହେଲା ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର, ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ୍‌- ସମ୍ବଲପୁର ମଧ୍ୟରେ ଯାତାୟତ କରିବ। ଏହି ଟ୍ରେନଗୁଡ଼ିକ ସପ୍ତାହକୁ ୫ଦିନ ଚାଲିବ । ସେହିପରି ଅନ୍ୟ ଏକ ଟ୍ରେନ ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର- ଭାୟା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା ( ସପ୍ତାହକୁ ତିନିଦିନ) ଚାଲିବ।

ଏସବୁ ଟ୍ରେନରେ ଯାତାୟତ ନିମନ୍ତେ ଆରସିଟିସି ୱେବସାଇଟ୍ ଓ ରେଳବାଇ ଟିକେଟ୍ ସଂରକ୍ଷଣ କାଉଣ୍ଟରରେ ଟିକେଟ୍ ଉପଲବ୍ଧ ହେଉଛି। କେବଳ କନଫର୍ମ ଟିକେଟ୍ ଥିବା ବ୍ୟକ୍ତିଙ୍କୁ ଟ୍ରେନରେ ଯାତାୟତ ନିମନ୍ତେ ଅନୁମତି ମିଳିବ। ଏଥିସହିତ ଏହି ୫ଟି ସ୍ୱତନ୍ତ୍ର ଟ୍ରେନ କେଉଁ ସବୁ ସ୍ଥାନରେ ରହିବ ସେ ନେଇ ମଧ୍ୟ ପୂର୍ବତଟ ରେଳବାଇ ପକ୍ଷରୁ ତାଲିକା ପ୍ରକାଶ ପାଇଛି।

[ad_2]
Show More
Back to top button