ଅନ୍ୟାନ୍ୟଧର୍ମନ୍ୟୁଜ୍ସ୍ପେଶାଲ୍ ରିପୋର୍ଟ

ମା କାଳରାତ୍ରିଙ୍କ ଉପାସନା ଦ୍ବାରା ହେବ କାଳ ଏବଂ ଦୁଃଖର ଅନ୍ତ

ସତ୍ୟଶିଖା ୨୩/୧୦/୨୦୨୦ : ଅକ୍ଟୋବର ୨୩ତାରିଖରେ ଶାରଦୀୟ ନବରାତ୍ରିର ସପ୍ତମ ଦିନ । ନବରାତ୍ରିର ସପ୍ତମ ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ସ୍ବରୂପ ମା କାଳରାତ୍ରିଙ୍କ ପୂଜା ଆରାଧନା କରାଯାଇଥାଏ । ମାତାଙ୍କ ଏହି ସ୍ବରୂପଙ୍କ ପୂଜା କରିବା ଦ୍ବାରା ସମସ୍ତ ପ୍ରକାର ପାପରୁ ମୁକ୍ତି ମିଳିବା ସହ ବ୍ୟକ୍ତିଙ୍କ ଶତ୍ରୃର ନାଶ ମଧ୍ୟ ହୋଇଥାଏ । ନବରାତ୍ରିର ସପ୍ତମ ଦିନ ମାଙ୍କ ସ୍ମରଣ କରିବା ମାତ୍ରେ ହିଁ ନକରାତ୍ମକ ଶକ୍ତିର ନାଶ ହୋଇଥାଏ । ନବରାତ୍ରିର ସପ୍ତମୀ ତିଥି ଅବସରରେ ଆସନ୍ତୁ ଜାଣିବା ମାତାଙ୍କ ସ୍ବରୂପର କିପରି ପୂଜା କରିବା ଦ୍ବାରା କେଉଁ ପ୍ରକାର ଫଳ ପ୍ରାପ୍ତି ହୋଇଥାଏ । ମାତାଙ୍କ ଏହି ସ୍ବରୂପରେ ଝନ ଅନ୍ଧକାର ସମାନ କଳା ରଙ୍ଗ ହେବା କାରଣରୁ ତାଙ୍କୁ କାଳରାତ୍ରି କୁହାଯାଇଛି । ମା କାଳରାତ୍ରି କାଳ ଏବଂ ଦୁଃଖର ଅନ୍ତ କରିଥାଏ । ମା କାଳରାତ୍ରିଙ୍କ ୩ଟି ନେତ୍ର ଏବଂ ୩ଟି ଗୋଲ୍ । ତାଙ୍କ ରୂପ ଅତ୍ୟନ୍ତ ଭୟାନକ ଏବଂ କେଶ ଖୋଲା ଥାଏ ।ନବରାତ୍ରିର ସପ୍ତମ ଦିନ ସାଧକଙ୍କ ମନ ‘ସହସ୍ତ୍ରାର’ ଚକ୍ରରେ ସ୍ଥିତ ହୋଇଥାଏ । ଏହି ଦିନଠୁ ବ୍ରହ୍ମାଣ୍ଡର ସମସ୍ତ ଶକ୍ତି,ସିଦ୍ଧିର ଦ୍ବାର ଖୋଲା ଥାଏ । ଯେଉଁ ସାଧକ ବିଧିପୂର୍ବକ ମାତାଙ୍କ ଉପାସନା କରିଥାଏ ସେମାନଙ୍କୁ ଏହି ସିଦ୍ଧି ପ୍ରାପ୍ତ ହୋଇଥାଏ । ପୌରାଣିକ ବିଶ୍ବାସ ଅନୁସାରେ ଥରେ ଚଣ୍ଡ-ମୁଣ୍ଡ ଏବଂ ରକ୍ତବୀଜ ନାମକ ରାକ୍ଷସ ଭୂଲୋକରେ ହାହାକାର ମଚାଇଥିଲେ । ସେତିକିବେଳେ ଦେବୀ ଦୁର୍ଗା ଚଣ୍ଡ-ମୁଣ୍ଡଙ୍କ ସଂହାର କରିଥିଲେ କିନ୍ତୁ ଯେତେବେଳେ ସେ ରକ୍ତବୀଜଙ୍କ ସଂହାର କରିଥିଲେ ସେତେବେଳେ ତା ରକ୍ତ ମାଟିରେ ପଡ଼ିବା ମାତ୍ରେ ହଜାର ହଜାର ରକ୍ତବୀଜ ଉତ୍ପନ୍ନ ହୋଇଥିଲେ । ସେତେବେଳେ ରକ୍ତବୀଜଙ୍କ ଆତଙ୍କ ସମାପ୍ତ କରିବା ପାଇଁ ମା ଦୁର୍ଗା ମା କାଳରାତ୍ରିଙ୍କ ସ୍ବରୂପ ନେଇଥିଲେ। ମା କାଳରାତ୍ରି କାଳର ଦେବୀ । ମା ଦୁର୍ଗାଙ୍କ ଏହି ସ୍ବରୂପ ଅତ୍ୟନ୍ତ ଭୟଙ୍କର ।ନବରାତ୍ରିର ସପ୍ତମ ଦିନ ମା କାଳରାତ୍ରିଙ୍କ ପୂଜା କରିବା ଦ୍ବାରା ସାଧକଙ୍କ ସମସ୍ତ ଶତ୍ରୃଙ୍କ ନାଶ ହୋଇଥାଏ । ଆମକୁ ମାତାଙ୍କ ପୂଜା ପୂର୍ଣ୍ଣତୟାଃ ନିୟମାନୁସାରେ ଶୁଦ୍ଧ ହୋଇ ଏକାଗ୍ର ମନରେ କରାଯିବା ଉଚିତ୍ । ମା କାଳୀଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ୍ । କଳସ ପୂଜା କରିବା ପରେ ମାଆଙ୍କ ସମକ୍ଷରେ ଦୀପ ଜଳାଇ ରୋଲି,ତିଳକ କରି ପୂଜା କରିବା ଉଚିତ୍ ଏବଂ ମା କାଳୀଙ୍କ ଧ୍ୟାନ କରି ବନ୍ଦନା ଶ୍ଳୋକର ଉଚ୍ଚାରଣ କରିବା ଉଚିତ୍। ତାପରେ ମାଙ୍କ ସ୍ତୋତ୍ର ପାଠ କରିବା ଉଚିତ୍ । ଏହା ପରେ ମାଆଙ୍କୁ ଗୁଡ଼ ଭୋଗ କରିବା ଉଚିତ୍ ତଥା ବ୍ରାହ୍ମଣଙ୍କୁ ଗୁଡ଼ ଦାନ କରିବା ଉଚିତ୍ । ମାଆ କାଳୀ ଏବଂ କାଳରାତ୍ରିଙ୍କୁ ମନ୍ଦାର ଫୁଲ ଅତ୍ୟନ୍ତ ପସନ୍ଦ । ଏମାନଙ୍କୁ ୧୦୮ଲାଲ ମନ୍ଦାର ଫୁଲ ଅର୍ପିତ କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ । ମାଆ କାଳରାତ୍ରିଙ୍କୁ ଏହି ବିଶେଷ ପୂଜା ଦ୍ବାରା ଜୀବନ ସହ ଜଡ଼ିତ ସମସ୍ତ ଭୟ ଦୂର ହୋଇଯିବ ।

Show More
Back to top button