ଖେଳମନୋରଞ୍ଜନ

ରଚିଲେ ଆଉ ଏକ ଇତିହାସ…

ସତ୍ୟଶିଖା (କାନବେରା) ୦୨/୧୨/୨୦୨୦ : ଇତିହାସର ଫର୍ଦ୍ଦରେ ବିରାଟ କୋହଲିଙ୍କ ଆଉ ଗୋଟିଏ ପୃଷ୍ଠା । ଅଷ୍ଟ୍ରେଲିଆ ବିରୋଧରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ବିରାଟ କୋହଲି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ତୃତୀୟ ଦିନିକିଆରେ ୨୩ ରନ୍‌ ସଂଗ୍ରହ କରି ବିରାଟ କୋହଲି ବିଶ୍ୱର ସବୁଠାରୁ ଦ୍ରୁତତମ ଖେଳାଲି ଭାବେ ୧୨ହଜାର ରନ୍ ସଂଗ୍ରହ କରିଛନ୍ତି । ବିଶ୍ୱ କ୍ରିକେଟରେ ସବୁଠାରୁ ଦ୍ରୁତତମ ୧୨ହଜାର ରନ୍‌ କରିବାରେ ବିରାଟ କୋହିଲ ମହାନ ବ୍ୟାଟସମ୍ୟାନ୍‌ ସଚ୍ଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି । ଏହାପୂର୍ବରୁ ଏହି ରେକର୍ଡ କେବଳ ସଚ୍ଚିନଙ୍କ ନାମରେ ରହିଥିଲେ । ଯାହାକୁ ଆଜି ବିରାଟ କୋହଲି ଭାଙ୍ଗିଛନ୍ତି ।  ବିରାଟ କୋହିଲ ମାତ୍ର ୨୪୨ପାରି ଖେଳି ଦିନିକିଆ କ୍ରିକେଟରେ ୧୨ହଜାର ରନ୍‌ ପୂରଣ କରିଛନ୍ତି । ଏହାପୂର୍ବରୁ ଦିନିକିଆ କ୍ରିକେଟରେ ସବୁଠାରୁ ଦ୍ରୁତ ଭାବେ ୧୨ହଜାର ରନ୍‌ ପୂରଣ କରିବାର ରେକର୍ଡ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ରହିଥିଲେ । ସଚ୍ଚିନ ତେନ୍ଦୁଲକର ୩୦୦ ପାରି ଖେଳି ଦିନିକିଆ କ୍ରିକେଟରେ ୧୨ହଜାର ରନ୍‌ ପୂରଣ କରିଥିଲେ । ତେବେ ସଚ୍ଚିନଙ୍କ ତୁଳନାରେ ବିରାଟ କୋହଲି ୫୮ଟି ପାରି ପଛରେ ଥାଇ ଏହି ରେକର୍ଡ ହାସଲ କରିଛନ୍ତି ।ସେହିପରି ବିରୋଟ କୋହଲିଙ୍କ ବ୍ୟତୀତ ଆଉ ୫ଖେଳାଳି ଏହି ରେକର୍ଡ କରିଛନ୍ତି । ସେମାନଙ୍କ ମଧ୍ୟରେ ସଚ୍ଚିନ ତେନ୍ଦୁଲକର, ଜୟସୂରିଆ, କୁମାର ସାଙ୍ଗକାରା, ରିକି ପଣ୍ଟିଂ ଓ ମାହେଲା ଜୟବର୍ଦ୍ଧନେ ହିଁ ୧୨ହଜାର ରନ୍‌ କରିବାରେ ସଫଳ ହୋଇଥିଲେ । ବିରାଟ କୋହଲି ବର୍ତ୍ତମାନ ସମୟରେ ବିଶ୍ୱ କ୍ରିକେଟର ନମ୍ବର ୧ ବ୍ୟାଟସମ୍ୟାନ୍‌ । ବିରାଟଙ୍କ ନାମରେ ଦିନିକିଆ କ୍ରିକେଟର ଦ୍ରୁତତନ ୮ହଜାର ରନ (୧୭୫ ପାରି), ୯ହଜାର ରନ୍‌ (୧୯୪ ପାରି), ୧୦୦୦୦(୨୦୫ ପାରି) ଏବଂ ୧୧୦୦୦ରନ୍‌ (୨୨୨ ପାରି)ରେ ପୂରଣ କରିବାର ରେକର୍ଡ କରିଛି ।ବିରାଟ କୋହଲି ଦିନିକିଆ କ୍ରିକେଟ ଇତାହସରେ ସବୁଠାର ଜଣେ ଉଚ୍ଚକୋଟୀର ବ୍ୟାଟସମ୍ୟାନ । ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ଦିନିକିଆ କ୍ରିକେଟରେ ୨୫୦ଟି ମ୍ୟାଚ୍‌ ଖେଳି ୫୯.୨୯ ପ୍ରତିଶତରେ ୧୧୯୭୭ରନ୍‌ ସଂଗ୍ରହ କରିଛନ୍ତି । ବିରାଟ କୋହଲି ଦିନିକିଆ କ୍ରିକେଟରେ ୪୩ଟି ଶତକ ଓ ୫୯ଟି ଅର୍ଦ୍ଧଶତକ ହାସଲ କରିସାରିଛନ୍ତି ।  ଦିନିକିଆ କ୍ରିକେଟରେ ବିରାଟ କୋହଲିଙ୍କ ଠାରୁ ସବୁଠାରୁ ଅଧିକ ଶତକ କେବଳ ସଚ୍ଚିନ ତେନ୍ଦୁଲକାରଙ୍କ ନାଁରେ ରହିଛି । ସଚ୍ଚିନଙ୍କ ନାଁରେ ୪୯ଟି ଶତକ ରହିଥିବା ବେଳେ ଏବେ ବିରାଟ କୋହଲିଙ୍କ ନିକଟରେ ଏହି ରେକର୍ଡ ଭାଙ୍ଗିବାର ସୁଯୋଗ ମଧ୍ୟ ରହିଛି ।

Show More
Back to top button