ରାଜ୍ୟ

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବୈଜୟନ୍ତ | Satyasikha

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ବାତ୍ୟା ‘ଅମ୍ଫାନ’ ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ସକାଳେ କେନ୍ଦ୍ରାପଡ଼ାର ଉପକୂଳ ଅଞ୍ଚଳ ରାଜନଗର ବ୍ଲକରେ ପହଞ୍ଚି ବାତ୍ୟା କ୍ଷୟକ୍ଷତି ଦେଖିଛନ୍ତି। ଈଶ୍ୱରପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗାଁ ବୁଲି ବାତ୍ୟା କ୍ଷୟକ୍ଷତି ଦେଖିବା ସହ ପ୍ରଭାବିତଙ୍କ ସହ ଆଲୋଚନା କରିଛନ୍ତି। ଏହାସହ ସ୍ଥାନୀୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି। ପରେ ସେ ଅନ୍ୟ ପ୍ରଭାବିତ ଅଞ୍ଚଳ ଯାଇଛନ୍ତି। ବୈଜୟନ୍ତଙ୍କ ସହ ପୂର୍ବତନ ବିଧାୟକ ଅଲେଖ ଜେନା, ବିଜେପି ଜିଲ୍ଲା ସଭାପତି କିଶୋର ପଣ୍ଡା, ଜିଲ୍ଲା ବିଜେପି ଯୁବ ସଭାପତି କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ଆସିଥିଲେ।

ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଆସିଥିବା ଜୁଆରରେ ସମୁଦ୍ରର ଲୁଣା ପାଣି ରାସ୍ତା ଡେଇଁ ପୁରୁଷୋତ୍ତମପୁର ଗାଁରେ ପଶିଥିଲା। ଫଳରେ ଗାଁରେ ବହୁ କଚ୍ଚା ଘର ଭାଙ୍ଗି ଯାଇଛି। ଏପରିକି ଚାଷ ଜମିରେ ଲୁଣା ପାଣି ଜମି ରହିଛି। ପାଣି ନିଷ୍କାସନ କରାନଗଲେ ଜମି ଚାଷ ଉପଯୋଗୀ ରହିପାରିବ ନାହିଁ। ତେଣୁ ଲୁଣାପାଣି ନିଷ୍କାସନ କରିବାକୁ ଗାଁ ଲୋକେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ

କେନ୍ଦ୍ରାପଡ଼ାରେ ଅମ୍ଫାନ ପ୍ରଭାବିତ ଅଞ୍ଚଳ ବୁଲିଲେ ବୈଜୟନ୍ତ

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଗୁରୁବାର କେନ୍ଦ୍ରାପଡ଼ା ରାଜନଗର ପୁରୁଷୋତ୍ତମପୁରରେ ଅମ୍ଫାନରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଲୋକଙ୍କ ଭଲମନ୍ଦ ବୁଝିବା ସହ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି। #Odisha #JayPanda #Kendrapara #Amphan #Cyclone #BJP

satyasikha यांनी वर पोस्ट केले गुरुवार, २१ मे, २०२०



[ad_2]

Show More
Back to top button