ଟିଭିନ୍ୟୁଜ୍ମନୋରଞ୍ଜନରାଜ୍ୟ

ବୀର୍ ସାହୁଙ୍କ ବିରୋଧରେ ମାମଲା ରୁଜୁ : ସପ୍ନା ଚୌଧୁରୀଙ୍କ ସ୍ୱାମୀ

ସତ୍ୟଶିଖା (ମୁମ୍ବାଇ) ୧୫/୧୦/୨୦୨୦ : ବିଗ୍ ବସ୍ ଫେମ୍ ଡାନ୍ସର ସପ୍ନା ଚୌଧୁରୀଙ୍କ ସ୍ୱାମୀ ବୀର ସାହୁଙ୍କ ବିରୋଧରେ କୋଭିଡ-୧୯ ଗାଇଡଲାଇନସ୍ ଉଲ୍ଲଙ୍ଘନ କରିବାର ମାମଲା ରୁଜୁ କରାଯାଇଛି । ହରିୟାଣାର ମେହମ ପୋଲିସ୍ ଷ୍ଟେସନରେ ଅଭିଯୋଗ ଆଧାରରେ ସପ୍ନା ଚୌଧୁରୀଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।ସୂଚନା ଅନୁଯାୟୀ ଅକ୍ଟୋବର ୧୨ତାରିଖରେ ବୀର ସାହୁ ମେହମ ଚୌବି ପ୍ଲାଟଫର୍ମରେ କୌଣସି ଅନୁମତି ନ ନେଇ ନିଜ ସମର୍ଥକଙ୍କ ସହ ଏକାଠି ହେବାର ନିଷ୍ପତ୍ତି ନେଇଥିଲେ । ସେଠାରେ ତାଙ୍କ ସହ ୧୫-୧୮ଟି କାର୍ ବି ଥିଲା । ଏହା ପରେ ତାଙ୍କୁ ଜଣା ପଡ଼ିଯାଇଥିଲା ଯେ ରାସ୍ତାରେ ପୋଲିସ୍ ରହିଛି ଏବଂ ଏ​ତେ ଲୋକଙ୍କୁ ଏକାଠି ହେବାର ଅନୁମତି ମିଳିବ ନାହିଁ । ଏହା ପରେ ସେ ନିଜ ସମର୍ଥକଙ୍କ ସହ ରାସ୍ତା ବଦଳାଇ ଦେଇଥିଲେ ଏବଂ ଫରମାନା ବାଇପାସ୍ ପଟକୁ ଚାଲି ଯାଇଥିଲେ ।ଏହି ଅଭିଯୋଗରେ ଏହା ମଧ୍ୟ ଲେଖାଯାଇଛି ଯେ ବୀର ସାହୁ ୬୦-୬୫ ଲୋକଙ୍କ ସହ ବାଇପାସରେ ଏକାଠି ହୋଇଥିଲେ । କେହି ବି ମାସ୍କ ନ ପିନ୍ଧି କରୋନା ଭାଇରସ୍ ବିସ୍ତାର କରିବାକୁ ଉଦ୍ୟମ କରିଥିଲେ । ଏହି ଅଭିଯୋଗ ଆଧାରରେ ବୀର ସାହୁଙ୍କ ବିରୋଧରେ ଆଇପିସିର ଧାରା ୧୮୮/୩୪ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଆକ୍ଟର ଧାରା ୫୧ବି ଅନୁସାରେ ମାମଲା ରୁଜୁ କରାଯାଇଛି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇସାରିଛି ।

Show More
Back to top button