ରାଜ୍ୟ

ଦୁଇ ଓ ଚାରି ଚକିଆ ଗାଡ଼ି ଉପରୁ ଉଠିଲା କଟକଣା

ଭୁବନେଶ୍ୱର (ସତ୍ୟଶିଖା): ଲକ୍‌ଡାଉନ୍‌ ପାଇଁ ରାଜ୍ୟରେ ଗାଡ଼ି ଚଳାଚଳ ନେଇ ଥିବା କଟକଣା ପ୍ରତ୍ୟାହାର କରି ନିଆଯାଇଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଏହି କଟକଣା ପ୍ରତ୍ୟାହାର ହୋଇଛି ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି।

ସେ କହିଛନ୍ତି ଯେ, ରାଜ୍ୟରେ ସମସ୍ତ ପ୍ରକାର ସରକାରୀ, ବେସରକାରୀ ଓ ବାଣିଜ୍ୟିକ ପରିବହନରେ ଲାଗୁଥିବା ୨ ଚକିଆ ଯାନ ଓ ୪ ଚକିଆ ଯାନ ଚଳାଚଳ ସ୍ୱଚ୍ଛନ୍ଦରେ ହୋଇପାରିବ। ତେବେ ନିରାପଦ ଭାବେ ଡ୍ରାଇଭିଂ କରିବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ

ଏହାସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ କହିଛନ୍ତି ପୁଲିସ କମିଶନର। ତେବେ ଅନ୍ତଃରାଜ୍ୟ ଯାତ୍ରା ନେଇ ପୂର୍ବ ନିର୍ଦ୍ଦେଶାବଳୀ ପୂର୍ବଭଳି ବଳବତ୍ତର ରହିଛି ବୋଲି ସେ ଜଣାଇଛନ୍ତି।



[ad_2]

Show More
Back to top button