ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳେ

ସତ୍ୟଶିଖା(ଭୁବନେଶ୍ୱର) ୧୨.୦୭.୨୦୨୧:  ରାଜ୍ୟରେ ଆଉ ୧୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୧୧୫୪ ଜଣ କ୍ୱାରେଂଟାଇନରେ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୮୩୯ ଜଣ ସଂକ୍ରମିତ ହୋଇଛନ୍ତି  ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୫୮, ବାଲେଶ୍ୱରରେ ୧୮୧, ବରଗଡ଼ରେ ୧୯, ଭଦ୍ରକରେ ୮୬, ବଲାଙ୍ଗୀରରେ ୧୩, ବୌଦ୍ଧରେ ୧୦, କଟକରେ ୨୯୭, ଦେବଗଡ଼ରେ ୫, ଢେଙ୍କାନାଳରେ ୪୪, ଗଜପତିରେ ୫, ଗଞ୍ଜାମରେ ୧୩, ଜଗତସିଂହପୁରରେ ୮୯, ଯାଜପୁରରେ ୧୪୧, ଝାରସୁଗୁଡ଼ାରେ ୧୦, କଳାହାଣ୍ଡିରେ ୮, କନ୍ଧମାଳରେ ୧୩, କେନ୍ଦ୍ରାପଡ଼ାରେ ୨୯, କେନ୍ଦୁଝରରେ ୩୫, ଖୋର୍ଦ୍ଧାରେ ୩୨୨, କୋରାପୁଟରେ ୩୧, ମାଲକାନାଗିରିରେ ୪୨, ମୟୂରଭଞ୍ଜରେ ୧୧୦, ନବରଙ୍ଗପୁରରେ ୧୫, ନୟାଗଡ଼ରେ ୭୮, ନୂଆପଡ଼ାରେ ୬, ପୁରୀରେ ୧୪୪, ରାୟଗଡ଼ାରେ ୨୪, ସମ୍ବଲପୁରରେ ୧୪, ସୋନପୁରରେ ୧୭, ସୁନ୍ଦରଗଡ଼ରେ ୭୫ ଓ ରାଜ୍ୟ ପୁଲରେ ୫୯ ଜଣ ସଂକ୍ରମିତ ହୋଇଛନ୍ତି  ।

 

COMMENTS

Show More
Back to top button