ଦେଶ

ଭାରତକୁ ବିଶ୍ୱବ୍ୟାଙ୍କର ୧୦୦ କୋଟି ଡଲାରର ପ୍ୟାକେଜ୍‌

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ କରୁଥିବା ଭାରତ ପାଇଁ ବିଶ୍ୱବ୍ୟାଙ୍କ ସହଯୋଗର ହାତ ବଢ଼ାଇଛି। ଏଥିପାଇଁ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତ ପାଇଁ ୧୦୦ କୋଟି ଡଲାରର ପ୍ୟାକେଜ ଘୋଷଣା କରାଯାଇଛି। ଭାରତ ସରକାର ଲୋକଙ୍କ ପାଇଁ ପ୍ରଣୟନ କରିଥିବା ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ପାଇଁ ଏହି ଅର୍ଥ ଦିଆଯାଇଛି। ସାମାଜିକ ନିରାପତ୍ତା ପ୍ୟାକେଜ ନାଁରେ ବିଶ୍ୱବ୍ୟାଙ୍କ ଏହି ସହାୟତା କରିଛି।

ବିଶ୍ୱବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଭାରତ ସରକାର ଲୋକଙ୍କ ପାଇଁ ୪୦୦ରୁ ଅଧିକ ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି। ଏହି ୧୦୦ କୋଟି ଡଲାର ଏହି ଯୋଜନାଗୁଡ଼ିକୁ ଅଧିକ ସୁନିଶ୍ଚିତ ଏବଂ ସକ୍ରିୟ କରିବ। ଏହି ପ୍ୟାକେଜ ବଳରେ ସହରାଞ୍ଚଳ ଗରିବ ଓ ଗ୍ରାମାଞ୍ଚଳ ଗରିବଙ୍କ ସାମାଜିକ ସୁରକ୍ଷାକୁ ସମତୁଲ କରିବାରେ ସହାୟକ ହେବ।

ଆହୁରି ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତ୍ମନିର୍ଭର ମିଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ-୧୯ ପରେ ବି ଭାରତ ସରକାର ଜୀବନ ଓ ଜୀବିକା ମଧ୍ୟରେ କୌଣସି ପାତରଅନ୍ତର କରୁନାହାନ୍ତି। ଏହା ନିଶ୍ଚତ ପକ୍ଷେ ଏକ ଗୁରୁତ୍ୱପୂର୍ଣ୍ଣ କଥା ବୋଲି ବିଶ୍ୱବ୍ୟାଙ୍କର ଭାରତର ନିର୍ଦ୍ଦେଶକ ଜୁନେଦ ଅହମଦ କହିଛନ୍ତି। ସେ କହିଛନ୍ତି, ବିଶ୍ୱବ୍ୟାଙ୍କ ଭାରତ ସରକାରଙ୍କ ସହ ମିଶି ୩ଟି କ୍ଷେତ୍ରରେ କାର୍ଯ୍ୟ କରିବ। ସେଗୁଡ଼ିକ ହେଲା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ଏମଏସଏମଇ। ଏହି ୩ କ୍ଷେତ୍ରର ବିକାଶ ପାଇଁ ବିଶ୍ୱବ୍ୟାଙ୍କ ଭାରତକୁ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବ ବୋଲି ସେ କହିଛନ୍ତି।

ବିଶ୍ୱବ୍ୟାଙ୍କ ପକ୍ଷରୁ ଆହୁରି କୁହାଯାଇଛି କୋଭିଡ ସଂକଟ ମଧ୍ୟରେ ଲୋକଙ୍କୁ ଅଧିକ ପରିମାଣର ନଗଦ ଟଙ୍କା ଓ ଖାଦ୍ୟ ମିଳିପାରିବ। ବିଶେଷ କରି ଗରିବଙ୍କ ସୁରକ୍ଷା ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଭାରତୀୟ ସ୍ୱାସ୍ଥ୍ୟ ସେବାର ଉନ୍ନତୀକରଣ ପାଇଁ ମଧ୍ୟ ଏହି ପ୍ୟାକେଜରୁ ଅର୍ଥ ଖର୍ଚ୍ଚ କରାଯିବ।

ଏହି ପ୍ୟାକେଜ ବଳରେ ପିଡିଏସ, ଜନଧନ ଓ ଏମଜି ନରେଗା ଭଳି ଯୋଜନା ଉପରେ ଅଧିକ ଫୋକସ କରାଯିବ। ସେହିପରି ପ୍ରବାସୀଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ ବିଶ୍ୱବ୍ୟାଙ୍କ କହିଛି।

[ad_2]
Show More
Back to top button