ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ୧୧୩୦ କରୋନା ପଜିଟିଭ ଚିହ୍ନଟ

ସତ୍ୟଶିଖା( ଭୁବନେଶ୍ୱର )୨୩.୦୭. ୨୦୨୨: ରାଜ୍ୟରେ  ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୩୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୬୨ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୬୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୩ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୫୪୯୯ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ରାଜ୍ୟର ୩୦ ଜିଲ୍ଲାକୁ ମାଡ଼ିଗଲା କରୋନା ସଂକ୍ରମିତ। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨୨୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୦୯ ଜଣ, କଟକରୁ ୧୧୧ ଜଣ, ସମ୍ବଲପୁରରୁ ୧୦୬ ଜଣ, ମୟୂରଭଞ୍ଜରୁ ୯୩ ଜଣ, ଯାଜପୁରରୁ ୩୬ ଜଣ, ନୟାଗଡ଼ରୁ ୩୩ ଜଣ, ବାଲେଶ୍ବର ଓ ଝାରସୁଗୁଡ଼ା ଜିଲ୍ଲାରୁ ୨୫ ଜଣ ଲେଖାଁଏ, ବରଗଡ଼ରୁ ୨୩ ଜଣ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାରୁ ୧୮ ଜଣ ଲେଖାଁଏ,ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାରୁ ୧୭ ଜଣ ଲେଖାଁଏ, ନୂଆପଡ଼ାରୁ ୧୬ ଜଣ, ଭଦ୍ରକ, ପୁରୀ ଓ ରାୟଗଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଁଏ,କେନ୍ଦୁଝର ଓ କୋରପୁଟ ଜିଲ୍ଲାରୁ ୧୧ ଜଣ ଲେଖାଁଏ, ଜଗତସିଂହପୁରରୁ ୧୦ ଜଣ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ୯ ଜଣ ଲେଖାଁଏ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୪ ଜଣ, ଦେବଗଡ଼ ଓ ଢ଼େଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଁଏ, ଅନୁଗୁଳରୁ ୨ ଜଣ, ବୌଦ୍ଧ ଓ ମାଲକାନଗିରି ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୪୭ ଜଣ ଆକ୍ରାନ୍ତ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୦୫୪୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୩୪୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୮୯୭୦ ଜଣ ସୁସ୍ଥ ହୋଇଛନ୍ତି ।

Show More
Back to top button