ଦେଶ
ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ


ନୂଆଦିଲ୍ଲୀ: ଛାତି ଯନ୍ତ୍ରଣା ଯୋଗୁ ଦୁଇ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଏଥିପାଇଁ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଆହୁରି ପଢ଼ନ୍ତୁ
ତାଙ୍କୁ ଡାକ୍ତରମାନଙ୍କ ପକ୍ଷରୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ରବିବାର ଦିନ ଶ୍ରୀ ସିଂହ ଛାତି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମସର କାରଡିଓ-ଥୋରାସିସ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ତାଙ୍କ ଛାତି ଯନ୍ତ୍ରଣା ବନ୍ଦ ହୋଇଯାଇଥିଲା।
ହେଲେ ନୂଆ ମେଡିସିନ ଖାଇବା ଯୋଗୁ ତାଙ୍କ ଶରୀରର ତାପମାତ୍ରା ବଢ଼ିଥିଲା। ଡାକ୍ତରମାନେ ଏହାର ଚିକିତ୍ସା କରିବାରୁ ସେ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।