ନ୍ୟୁଜ୍ବିଦେଶ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି l

ସତ୍ୟଶିଖା : ୦୧/୦୩/୨୦୨୫:  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଲେ ଜେଲେନ୍ସକି । ଉଭୟ ନେତା ଆମେରିକା ପାଇଁ ଏକ ଖଣିଜ ଚୁକ୍ତି ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା । ୟୁକ୍ରେନରେ ବର୍ଷ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଏକ ସମ୍ଭାବ୍ୟ ଯୁଦ୍ଧବିରାମ ପାଇଁ ହୋଇଛି ଆଲୋଚନା ।ରାଷ୍ଟ୍ରପତି ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତିଙ୍କୁ “ଏକଛତ୍ରବାଦୀ” କହି ତାଙ୍କୁ ଦାୟୀ କରିବା ପରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ହ୍ବାଇଟ୍ ହାଉସରେ ଉଭୟ ନେତାଙ୍କ ଭେଟ୍‌ଘାଟ୍ ବେଳେ କଥା କଟାକଟି । ଯୁଦ୍ଧ ରୋକିବାକୁ ନେଇ ଦୁଇରାଷ୍ଟ୍ରପତିଙ୍କ ମଧ୍ୟରେ କଥା କଟାକଟି ହୋଇଥିବା ସୂଚନା ମିଳଛି । ରୁଷ୍‌କୁ ରୋକିବାକୁ ନେଇ ଟ୍ରମ୍ଫଙ୍କ ଋଣନୀତିକୁ ବିରୋଧ କଲେ ଜେଲେନସ୍କି । ଯୁଦ୍ଧ ବିରାମରେ ସହମତି ପ୍ରକାଶ ପାଇଁ ଜେଲେନସ୍କିଙ୍କୁ ଚେତାବନୀ ଦେଲେ ଟ୍ରମ୍ଫ୍ । ଆମେରିକା ପାଇଁ ଖଣିଜ ଚୁକ୍ତି ଉପରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ।

Show More
Back to top button