
ସତ୍ୟଶିକ୍ଷା ୨୯.୦୯.୨୦୨୦ : ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ତଦନ୍ତ ନେଇ ପୁଣି ବଢିଛି ହଲଚଲ । ଏମ୍ସର ସ୍ୱତନ୍ତ୍ ଟିମ ସୁଶାନ୍ତ ମୃତ୍ୟୁର ବିଭିନ୍ନ ଦିଗ ଉପରେ ଯାଂଚ କରି ସିବିଆକୁ ରିପୋର୍ଟ ଦେଇଛି । ଏବେ ଆଶା କରାଯାଉଛି, ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ହଟିବ । ଆଉ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ କରୁଥିବା ସିବିଆଇକୁ ବଡ ସଫଳତା ମିଳିବ । ଗତକାଲି ଏମ୍ସ ସିବିଆଇକୁ ରିପୋର୍ଟ ଦେଇଛି । ମାମଲାର ଯାଂଚ କରୁଥିବା ଏମ୍ସ ମେଡିକାଲ ବୋର୍ଡର ମୁଖ୍ୟଙ୍କ କହିବା ଅନୁସାରେ, ଏହି ମାମଲାରେ ଏମ୍ସ ଓ ସିବିଆଇ ମିଳିମିଶି କାମ କରିଛନ୍ତି । ତେବେ ଏ ନେଇ ଅଧିକ ବିଚାରବିମର୍ଷର ଆବଶ୍ୟକତା ରହିଛି । ମାମଲାରେ ଅନେକ ତଥ୍ୟ ସିବିଆଇକୁ ଦିଆଯାଇଛି । ଆବଶ୍ୟକ ପଡିଲେ ଦୁଇଟି ଟିମ୍ ପୁଣି ଥରେ ଆଲୋଚନା କରିବେ ବୋଲ କହିଛନ୍ତି ମେଡିକାଲ ବୋର୍ଡ ମୁଖ୍ୟ । ବର୍ତ୍ତମାନ ରିପୋର୍ଟ ଆସିବା ପରେ ସମସ୍ତଙ୍କ ନଜର ସିବିଆଇ ଉପରେ ରହିଛି । ସିବିଆଇ ଏବେ ସତ ଜାଣିବାକୁ ଚେଷ୍ଟା କରିବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆତ୍ମହତ୍ୟା ଥିଲା ନା ହତ୍ୟା । ସିବିଆଇ ବର୍ତମାନ ରିପୋର୍ଟ ସହ କ୍ରାଇମ ସିନ, ସାକ୍ଷ୍ୟ, ବୟାନ ଓ ଅନ୍ୟ ପରିସ୍ଥିତିକୁ ମିଳାଇବ । ଏହି ମାମଲାରେ ଏମ୍ସର ରିପୋର୍ଟ ହେଉଛି ଏକ ଅଂଶ । ତେଣୁ ମାମଲା ଆଗକୁ କିଭଳି ବଢିବ ସେ ନେଇ ସିବିଆଇ ନିଷ୍ପତ୍ତି ନେବ । ଏମ୍ସ ଟିମ୍ ସୁଶାନ୍ତଙ୍କ ଅଟୋପ୍ସି ରିପୋର୍ଟ, ଭିସେରା ରିପୋର୍ଟ ସମେତ ଅନ୍ୟ ମେଡିକାଲ ରିପୋର୍ଟର ମୂଲ୍ୟାଙ୍କନ କରିଛି । ସିବିଆଇ ମାମଲାରେ ଅନେକ ଲୋକଙ୍କୁ ପଚରାଉଚରା କରିସାରିଛି ।