ନ୍ୟୁଜ୍

ଓଡ଼ିଶା ଉପକୂଳରେ ମୃଦୁ ଭୂମିକମ୍ପ l

ସତ୍ୟଶିଖା : ୨୫/୦୨/୨୦୨୫: ରାଜ୍ୟରେ ମୃଦୁ ଭୂକମ୍ପ ଝଟକା । ଥରିଲା ରାଜଧାନୀ ଭୁବନେଶ୍ବର । ସକାଳ ୬ଟା୧୦ମିନିଟରେ ଭୂମିକମ୍ପ ଅନୂଭୁତ ହୋଇଛି ।  ରିକ୍ଟର ସ୍କେଲରେ ଭୂମିକମ୍ପର ତିବ୍ରତା ରହିଛି ୫.୧ ମ୍ୟାଗନେଚ୍ୟୁଟ୍‌ରେ ରେକର୍ଡ ।  ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ବଙ୍ଗୋପସାଗର । ଭାରତ ସମେତ ବାଂଲାଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୁତ ହୋଇଛି ।

ଡ଼ିଶାରେ ମଧ୍ୟ ଝଟକା ଅନୁଭୁତ ହୋଇଛି । ଭୁବନେଶ୍ଵର, ବାଲେଶ୍ଵର, ପାରାଦୀପ ସମେତ କୋଲକାତାରେ ପ୍ରଭାବ ଅନୁଭୂତ ହୋଇଛି ।୨ରୁ ୩ ସେକେଣ୍ଡ ଯାଏଁ ଝଟକା ଅଭୁଭୂତ ହୋଇଥିବା ସୂଚନା ରହିଛି । ଓଡ଼ିଶାର ପୂର୍ବ ଉପକୂଳର ୯୧ କିମି ସମୁଦ୍ର ଭିତରେ କେନ୍ଦ୍ରସ୍ଥଳ ରହିଛି। 

ପୁରୀଠାରୁ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି ୨୮୬ କିଲୋମିଟର, ବ୍ରହ୍ମପୁରରୁ ଦୂରତା ରହଛି ୩୯୪ କିଲୋମିଟର । ସେହିପରି ଭୁବନେଶ୍ବରରୁ ଦୂରତା ରହିଛି ୨୯୭ କିଲୋମିଟର । ଭୂକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଥିବା ଦେଖିବାକୁ ମିଳିଛି ।ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ ।

Show More
Back to top button