ଅଧିକ ଲୁଣ ଖାଇଲେ ହେବ ଏହି ସବୁ ରୋଗ

ସତ୍ୟଶିଖା ୨୪/୦୨/୨୦୨୫ : ଅଧିକ ଲୁଣ ଖାଉଛନ୍ତି କି। ଲୁଣରେ ଥିବା ସୋଡିୟମ୍ ଶରୀର ପାଇଁ ଜରୁରୀ କିନ୍ତୁ ଅତ୍ୟଧିକ ଲୁଣ ଯଦି ଖାଉଛନ୍ତି ଏହାର ସାଇଡ୍ ଇଫେକ୍ଟକୁ ଭୋଗିବାକୁ ବି ପ୍ରସ୍ତୁତ ରୁହନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞ ଲୁଣ ଅଧିକ ଖାଇବାକୁ ବାରଣ କରନ୍ତି । କଥାରେ ଅଛି , ପେଟ ଶାନ୍ତି ଥିଲେ ସବୁ ଶାନ୍ତି , ଅର୍ଥାତ୍ ଖାଇବାଟା ଯଦି ଠିକଠାକ୍ ହୋଇଗଲା ଦିନଟା ବି ପାଖାପାଖି ଭଲରେ କଟିଯାଏ । ଖାଦ୍ୟରେ ଯେତେ ତେଲ , ମସଲା କଷିଲେ ବି ଯଦି ଲୁଣ ସଠିକ୍ ମାତ୍ରାରେ ନ ପଡ଼ିଥିବ ପାଟିକୁ ଆଉ କ’ଣ ରୁଚିବ । କିଛି ଲୋକ ଅଧିକ ଲୁଣ ଖାଇଥାନ୍ତି। ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ।
ୱାର୍ଲଡ୍ ହେଲଥ୍ ଅର୍ଗନାଇଜେସନ୍ ମଧ୍ୟ ଖାଇବାରେ ଲୁଣର କମ୍ ପ୍ରୟୋଗ କରିବାକୁ ପରାମର୍ଶ ଦିଅନ୍ତି । ସୂଚନାନୁସାରେ, କହିବାନୁସାରେ ପ୍ରତିବର୍ଷ ୧୮ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ କେବଳ ଶରୀରରେ ସୋଡିୟମର ଅଧିକ ମାତ୍ରା ଯୋଗୁଁ ହୋଇଥାଏ । ଯେହେତୁ ଲୁଣରେ ସୋଡିୟମର ଅଧିକ ମାତ୍ରା ଥାଏ ତେଣୁ ଖାଦ୍ୟରେ ଯଥାସମ୍ଭବ କମ୍ ଲୁଣର ପ୍ରୟୋଗ କରିବା ଆବଶ୍ୟକ ।
ଅଧିକ ଲୁଣ ଖାଇଲେ କଣ ହୁଏ ?
ଶରୀରରେ ଲୁଣର ମାତ୍ରା ଅଧିକ ହେଲେ ବ୍ଲଡ୍ ପ୍ରେସର ବଢେ । ଏହି କାରଣରୁ ହୃଦରୋଗ , ଗ୍ୟାଷ୍ଟ୍ରିକ୍ କ୍ୟାନ୍ସର , ମେଦବହୁଳତା , ଅଷ୍ଟିଓପୋରୋସିସ୍ , ମେନିଏର୍ ରୋଗ ଏବଂ କିଡନୀ ସମ୍ବନ୍ଧୀୟ ରୋଗର ବିପଦ ଅଧିକ ବଢିଯାଏ ।
ଦୈନିକ କେତେ ଲୁଣ ଖାଇବେ ?
ବୟସ୍କ ଲୋକଙ୍କୁ ଦିନରେ ୨୦୦୦ ମିଲିଗ୍ରାମ୍ ଅର୍ଥାତ୍ ୫ ଗ୍ରାମରୁ କମ୍ ଲୁଣ ଖାଇବା ଦରକାର । ୨ ରୁ ୧୫ ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ନିଜ ଶରୀର ଏବଂ ଫୂର୍ତ୍ତିଲାପଣ ହିସାବରେ ଲୁଣ ଖାଇବା ଆବଶ୍ୟକ । ଏଥିପାଇଁ ବାପା , ମା’ ଡାକ୍ତରଙ୍କୁ ପରାମର୍ଶ କରିବା ଆବଶ୍ୟକ ।
ଯଦି ବିନା ଲୁଣରେ ହିଁ ଖାଇବା ତିଆରି କରୁଛନ୍ତି ତାହେଲେ ତ ଆହୁରି ବଢିଆ । କମ୍ ସୋଡିୟମ୍ ଯୁକ୍ତ ପ୍ରଡ଼କ୍ଟ ଚୟନ କରନ୍ତୁ ଯେଉଁଥିରେ ୧୨୦ ମି.ଲିଗ୍ରାମ୍ / ୧୮୦ ଗ୍ରାମରୁ କମ୍ ସୋଡିୟମ୍ ଥିବ । ସତେଜ ଖାଦ୍ୟ ଖାଆନ୍ତୁ , ଯେତେ ପ୍ରୋସେସ୍ଡ ଫୁଡ୍ , ଫାଷ୍ଟ୍ ଫୁଡକୁ ନାଁ କହିବେ ଶରୀର ପାଇଁ ସେତେ ଭଲ । ଲୁଣର ବିକଳ୍ପ ରୂପେ ମସଲାର ପ୍ରୟୋଗ କରିପାରିବେ । ପ୍ୟାକେଟ୍ ସସ୍ , ଚିପ୍ସ ପ୍ୟାକେଟ୍ , ସଲ୍ଟି ବିସ୍କୁଟ୍ , ମିକ୍ଚର ଆଦିକୁ ଖାଆନ୍ତୁ ନାହିଁ ।