ଦେଶ
ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ


ସତ୍ୟଶିଖା (ଭୁବନେଶ୍ୱର) ୧୦,୧୧,୨୦୨୩: ଡିସେମ୍ବର ୪ ତାରିଖକୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ ଗୃହ । ୧୯ ଦିନିଆ ଶୀତ ଅଧିବେଶନରେ ୧୫ଟି କାର୍ଯ୍ୟଦିବସ ରହିବ । ଅମୃତ କାଳରେ ସଂସଦୀୟ ବ୍ୟାପାର ସହ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏନେଇ ନିଜ x ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ।
ଏହି ଅଧିବେଶନରେ ଇଣ୍ଡିଆନ ପିନଲ କୋଡ ବା ଆଇପିସି, ସିଆରପିସି ଓ ଏଭିଡେନ୍ସ ଆକ୍ଟ ଉପରେ ବିଲ ଆସିବା ନେଇ ଅନୁମାନ କରାଯାଉଛି । ଏହାସହ ମୁଖ୍ୟ ନିର୍ବାଚନ କମିଶନଙ୍କ ନିଯୁକ୍ତି ସମ୍ବନ୍ଧୀୟ ବିଲ୍ ମଧ୍ୟ ଉପସ୍ଥାପନ ହୋଇପାରେ । ସେପଟେ ମହୁଆ ମୈତ୍ରାଙ୍କୁ ନେଇ ସୃଷ୍ଟି ହୋଇଥିବା କ୍ୟାସ୍ ଫର କ୍ବେରି ମାମଲାରେ ବିରୋଧୀଙ୍କୁ ଟାର୍ଗେଟ କରିପାରେ ଶାସକ ବିଜେପି ।