

ସତ୍ୟଶିଖା(ଭୁବନେଶ୍ୱର) ୦୨ .୦୭.୨୦୨୧: ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି । କୋଭିଡ ସଂକ୍ରମଣ ସମୟରେ ସାରା ଦେଶକୁ ସଂଜୀବନୀ ଯୋଗାଇଛି ଓଡ଼ିଶା । ସଙ୍କଟମୋଚକ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନାର ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାର ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଗତ ଦୁଇମାସ ଭିତରେ ୧୭ରାଜ୍ୟକୁ ୩୧ହଜାର ୨୫୫ ମେଟ୍ରିକ୍ ଟନ ଅକ୍ସିଜେନ୍ ଯୋଗାଇ ଦିଆଯାଇଥିଲା । ଯେଉଁଥିପାଇଁ ଆଜି ଅନ୍ତର୍ଜାତୀୟ ଚ୍ୟାନେଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି । ସାରା ଦେଶକୁ ଅକ୍ସିଜେନ୍ ଯୋଗାଇ ରାଷ୍ଟ୍ରନାୟକ ସାଜିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସ୍ନାଲ୍ ଜିଓଗ୍ରାଫି ପ୍ରଶଂସା କରିବା ସହ ଏହାର ଡକ୍ୟୁମେଣ୍ଟେସନ୍ କରିଛି । ରାଜ୍ୟ ସରକାରଙ୍କ ନିସ୍ୱାର୍ଥପର କାମକୁ ସ୍ୱୀକୃତି ମିଳିଥିବା ବିଜେଡି ସାଂସଦ ପିନାକୀ ମିଶ୍ର କହିଛନ୍ତି ।