ନ୍ୟୁଜ୍
୫୪ ମହିଳା ଓ ୩ ପୁରୁଷ ଙ୍କୁ ଗିରଫ


ସତ୍ୟଶିଖା (ଭୁବନେଶ୍ୱର )୦୩.୧୧.୨୦୨୩ : ଭୁବନେଶ୍ବର ମଞ୍ଚେଶ୍ବର ପଦ୍ମାକେଶରୀପୁରରେ ଗୋଷ୍ଠୀ ସଂଘର୍ଷ ଘଟଣା । ଗାଁର 54 ଜଣ ମହିଳା ଓ 3 ଜଣ ପୁରୁଷଙ୍କୁ ଗିରଫ କରିଛି ମଞ୍ଚେଶ୍ବର ପୋଲିସ୍ । ପୂର୍ବରୁ 77 ଜଣ ପୁରୁଷଙ୍କୁ ଗିରଫ କରିଛି ପୋଲିସ୍ ।
ଗୋଷ୍ଠୀ ସଂଘର୍ଷ ପରେ ମଞ୍ଚେଶ୍ବର ଥାନାରେ ମୋଟ୍ 3ଟି ମାମଲା ରୁଜୁ ହୋଇଛି । ଗାଁରେ କିଛି ଦିନ ପରିସ୍ଥିତି ଅଣାୟତ୍ତ ଥିବା ଯୋଗୁଁ ପୋଲିସ୍ ମୁତୟନ କରାଯାଇଥିଲା । ପୋଲିସର ଆକ୍ସନ୍ ପରେ ପୁରୁଷ ଶୂନ୍ୟ ଗାଁ ହୋଇଥିବାବେଳେ ଏବେ ମହିଳା ଶୂନ୍ୟ ହୋଇଛି ଗାଁ ।