ଚଟପଟା ଇଲିସି ବେସର


ସତ୍ୟଶିଖା (ଭୁବନେଶ୍ୱର ) ୦୮.୧୦.୨୦୨୩ : ଆବଶ୍ୟକ ସାମଗ୍ରୀ- ଇଲିସି ମାଛ, ଲୁଣ, ତେଲ, ହଳଦୀ ପାଉଡର, ଲଙ୍କା ପାଉଡର, ଟମାଟୋ, ଲେମ୍ବୁ ରସ, ସୋରିଷ ବଟା, ଅଦା, ରସୁଣ, ଭ୍ରୁସଙ୍ଗ ପତ୍ର, ଫୁଟଣ, ଜିରା, କଂଚା ଲଙ୍କା ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଇଲିସି ମାଛକୁ ଧୋଇ ସେଥିରେ ଲୁଣ, ହଳଦୀ ପକାଇ ଗୋଳାଇ ରଖିବେ । ତାପରେ ଗ୍ୟାସରେ କଡେଇ ବସେଇ ତେଲ ଢାଳିବେ । ତେଲ ଗରମ ହେବାପରେ ସେଥିରେ ଗୋଳାଇ ରଖିଥିବା ଇସିଲି ମାଛ ପକାଇ ଭାଜି, ଏକ ପ୍ଲେଟକୁ କାଡି ରଖିବେ । ଏହାପରେ ପୁଣି ଗ୍ୟାସରେ ଆଉ ଏକ କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଫୁଟଣ, ଜିରା, କଟା ଅଦା, ରସୁଣ, ଭ୍ରୁସଙ୍ଗ ପତ୍ର ପକାଇ ଫ୍ରାଏ କରିବେ । ତାପରେ ସେଥିରେ କଟା ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମେଲ୍ଟ ହୋଇ ଆସିଲେ, ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର, କଟା କଂଚା ଲଙ୍କା ପକାଇ ମିକ୍ସ କରିବେ । ଏହାପରେ ସେଥିରେ ସୋରିଷ ବଟା , ଲେମ୍ବୁ ରସ ପକାଇ ପୁଣି ଗୋଳାଇବେ । ୨ ରୁ ୩ ମିନିଟ ପରେ ସେଥିରେ ଭାଜି ରଖିଥିବା ମାଛ ପକାଇ ଗୋଳାଇବେ । ଏହାପରେ ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଏବଂ ଲୁଣ ପକାଇ ଫୁଟିବାକୁ ଛାଡିବେ । ଏହା ଭଲଭାବେ ଫୁଟିବା ପରେ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ଚଟପଟା ଇଲିସି ବେସର । ଏବେ ଏହାର ମଜା ନେଇ ପାରିବେ ।