ଅପରାଧନ୍ୟୁଜ୍ରାଜ୍ୟ

ଧରାପଡ଼ିଲା ‘ମର୍ଣ୍ଣିଂ ଲୁଟେରା ଗ୍ୟାଙ୍ଗ୍’,୧୭୧ ଗ୍ରାମ ସୁନା ଜବତ

ସତ୍ୟଶିଖା(ଭୁବନେଶ୍ୱର)୨୮.୧୧.୨୦୨୨:  ରାଜଧାନୀର ବିଭିନ୍ନ ଅଞ୍ଚଳରେ ମର୍ଣ୍ଣିଂ ୱାକ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ସେମାନଙ୍କ ଠାରୁ ସୁନା ଚେନ୍‌ ଓ ମୋବାଇଲ୍‌ ଲୁଟ୍‌ କରି ଚମ୍ପଟ ମାରୁଥିଲେ। ଏପରି ଏକ ଲୁଟେରା ଗ୍ୟାଙ୍ଗର ୪ ଜଣଙ୍କୁ ଗତକାଲି ଗିରଫ କରିଛି ଲିଙ୍ଗରାଜ ଥାନା ପୁଲିସ। ସେମାନଙ୍କଠାରୁ ୧୭୧ ଗ୍ରାମ ସୁନା, ଲୁଟ୍‌ରେ ବ୍ୟବହୃତ ହେଉଥିବା ବାଇକ୍‌ ଓ ୪ଟି ମୋବାଇଲ ପୁଲିସ ଜବତ କରିଛି।

ଏହି ଲୁଟେରା ଗ୍ୟାଙ୍ଗ ଦୁଇଟି ବାଇକ୍‌ରେ ଆସି ମର୍ଣ୍ଣିଂ ୱାକ୍‌ରେ କରୁଥିବା ଲୋକମାନଙ୍କୁ ପିଛା କରୁଥିଲେ। ପରେ ସେମାନେ ଧରିଥିବା ମୋବାଇଲ  ହେଉ ବା ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣି ନେଇ ଚମ୍ପଟ ମାରୁଥିଲେ। ବିଶେଷ କରି ମହିଳାମାନଙ୍କୁ ସେମାନେ ଅଧିକ ଟାର୍ଗେଟ କରୁଥିଲେ।

ଗତକାଲି ଲିଙ୍ଗରାଜ ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଏହି ଲୁଟେରା ଗ୍ୟାଙ୍ଗର ୪ଜଣଙ୍କୁ ଗିରଫ କରିଛି। ଏମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ଲିଙ୍ଗରାଜ ଥାନାରେ ୩ଟି ମାମଲା ଥିବା ବେଳେ ମଞ୍ଚେଶ୍ୱର ଥାନାରେ ଗୋଟିଏ ମାମଲା ରହିଛି। ପୁଲିସ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିବ।

Show More
Back to top button