ନ୍ୟୁଜ୍ରାଜ୍ୟ

୪ରେ ଗଜପତି , ୮ରେ ମୟୂରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ

ସତ୍ୟଶିଖା(ଭୁବନେଶ୍ୱର )୨୯.୦୯ .୨୦୨୧:  ଆସନ୍ତା ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁର୍ବରୁ ଅକ୍ଟୋବର ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ବାତ୍ୟା ଓ ବର୍ଷା ପାଇଁ ତାହାକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାଫଳରେ ଏହି ଗସ୍ତକୁ ଆସନ୍ତା ୪ ତାରିଖରେ ରଖାଯାଇଛି ।

ସେହିପରି  ୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ମଧ୍ୟ ଅଛି । କୋଭିଡ୍ ଦ୍ବିତୀୟ ଲହର ପରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଜାରି ରହିଥିବା ବେଳେ ୪ ତାରିଖରେ ଗଜପତି ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବେ। ଏହା ସହ ବହୁ ଉନ୍ନୟନମୂଳକ କାର‌୍ୟ୍ୟର ମଧ୍ୟ ଶୁଭାରମ୍ଭ କରିବେ।  ପୁର୍ବରୁ ସୁନ୍ଦରଗଡ଼ ଓ ବଲାଙ୍ଗୀର ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରିସାରିଛନ୍ତି । ଗଜପତି ହେବ ତାଙ୍କର ଚତୁର୍ଥ ଜିଲ୍ଲା ଗସ୍ତ ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।
୨ ତାରିଖଠାରୁ ମନ୍ତ୍ରୀ, ବିଧାୟକ ଓ ଛାମୁଆ ନେତାମାନେ ସେଠାରେ ଡେରା ପକାଇବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପରେ ସେମାନେ ଆଉ ତିନି ଦିନ ରହି ବିଭିନ୍ନ ବ୍ଲକ୍‌ରେ କାର୍ଡ ବଣ୍ଟନ କାର‌୍ୟ୍ୟ ଜାରି ରଖିବେ।

Show More
Back to top button