ନ୍ୟୁଜ୍ମନୋରଞ୍ଜନସିନେମା

ବଲିଉଡରେ ଏଣ୍ଟ୍ରି କରିବେ ସଲମାନଙ୍କ ଭାଣିଜୀ

ସତ୍ୟଶିଖା(ମୁମ୍ବାଇ)୨୫.୧୧.୨୦୨୨: ଭାଇଜାନ ସଲମାନ ଖାନଙ୍କ ଭାଣିଜୀ ଅଲୀଜେହେ ଅଗ୍ନିହୋତ୍ରୀ ଏକ ଅସାଧାରଣ କାହାଣୀ ସହ ବଲିଉଡରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ‘ବୁଦ୍ଧିଆ ସିଂ ବର୍ନ ଟୁ ରନ୍‌’ ର ପ୍ରସିଦ୍ଧ ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ ଅଲିଜେହେଙ୍କ ଅଭିନିତ ପ୍ରଥମ ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି ବୋଲି ଜରାପଡିଛି । ଉଲ୍ଲେଖଯୋଗ୍ୟ ଯେ, ୨୨ବର୍ଷୀୟ ଅଲ୍ଲିଜେହେ ଦୀର୍ଘ ୨ବର୍ଷ ହେଲା ଅଭିନୟ ଓ ନୃତ୍ୟର ପ୍ରଶିକ୍ଷଣ ନେଉଛନ୍ତ ।

କିମ୍ବଦନ୍ତୀ କୋରିଓଗ୍ରାଫର ସରୋଜଖାନଙ୍କ ପାଖରୁ ସେ ନୃତ୍ୟ ଶିଖିବା ଜାରି ରଖିଛନ୍ତି । ୨୦୨୨ରେସେ ଉକ୍ତ ଚଳଚ୍ଚିତ୍ରର ସୁଟିଂ ଚଳାଇଛନ୍ତି । ଯାହା ଆସନ୍ତା ବର୍ଷ ମୁକ୍ତିଲାଭ କରିବାର ଯୋଜନା ରହିଛି । ତେବେ ଏହି ଚଳଚ୍ଚିତ୍ରର ନାମ ତଥା ଏହାର ଅନ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ସଂପର୍କରେ କୌଣସି ତଥ୍ୟ ପ୍ରଘଟ କରାଯାଇନାହିଁ । ଅଲ୍ଲିଜେହେଙ୍କ ପିତା ହେଉଛନ୍ତି ଅତୁଲ ଅଗ୍ନିହୋତ୍ରୀ, ଯିଏ ନିଜେ ଜଣେ ଅଭିନେତା ଓ ପ୍ରଯୋଜକ । ସଲମାନଙ୍କ ଭଉଣୀ ଅଲବୀରା ଖାନ୍‌ ଅଗ୍ନିହୋତ୍ରୀ ହେଉଛନ୍ତି ଅଲ୍ଲଜେହେଙ୍କ ମା’ । ବଡ ପରଦାରେ ଅଭିନୟ କରିବାକୁ ଅଲ୍ଲିଜେ ପ୍ରସ୍ତୁତ ବୋଲି ପିତା ମାତା ଓ ସଲମାନ ଅନୁଭବ କରିବାପରେ ଯାଇ ତାଙ୍କୁ ଏହାର ସୁଟିଂ ପାଇଁ ଅନୁମତି ମିଳିଛି । .

Show More
Back to top button