ଅପରାଧନ୍ୟୁଜ୍ରାଜ୍ୟ

୩ ବର୍ଷ ଛୁଆର ବେକ କାଟି ଦେଲା ମା’

ସତ୍ୟଶିଖା( କୋରାପୁଟ)୧୩.୦୪.୨୦୨୨: ମା’ ସାଜିଲା ପିଶାଚିନୀ। ଯାହାକୁ ଜନ୍ମ ଦେଇଥିଲା, ଧାରୁଆ ଅସ୍ତ୍ରରେ ତା’ ବେକ କାଟି ଦେଲା। ନିଜ ୩ ବର୍ଷର ଶିଶୁକୁ ନୃଶଂସ ଭାବେ ହତ୍ୟା କଲା ମା’ । ଏପରି ଲୋମଟାଙ୍କୁରା ଘଟଣା କୋରାପୁଟ ସଦର ଲୁକୁମାରି ଗାଁରେ ଆଜି ଭୋରରୁ ଘଟିଛି । ଘଟଣା ସ୍ଥଳରେ କୋରାପୁଟ ଏସ୍‌ଡିପିଓ, ଆଇଆଇସି, ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି। ପୁଲିସ୍‌ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଗତ ରାତିରେ ଗ୍ରାମରେ ଚଇତି ପରବ ଥିବା ବେଳେ ସମସ୍ତେ ମଜାମଜଲିସରେ ମାତିଥିଲେ। ହେଲେ ଆଜି ଭୋର ସମୟରେ ଏଭଳି ଅଘଟଣ ଘଟିଥିବା ବେଳେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି।   ତେବେ ଜଣେ ମା’ କ’ଣ ପାଇଁ ନିଜ ହାତରେ ନିଜ ଛୁଆର ଜୀବନ କିପରି ଓ କାହିଁକି ନେଲା ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ଗତକାଲି ଚଇତି ପର୍ବ ଥିବା ବେଳେ ସକାଳୁ ସକାଳୁ ଏପରି ନୃଶଂସ କାଣ୍ଡ ଖବରକୁ ପରିବାର ଲୋକଙ୍କ ସମେତ ଗ୍ରାମବାସୀ ସହଜେ ଗ୍ରହଣ କରିପାରୁ ନାହାନ୍ତି।  ହତ୍ୟାକାଣ୍ଡ ପଛର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ  ମହିଳାଜଣକ  ନିଶାସକ୍ତ ଥାଇ ଏପରି  କାଣ୍ଡ ଘଟାଇ ଥାଇପାରନ୍ତି ବୋଲି ଆଲୋଚନା ହେଉଛି। ଏନେଇ କୌଣସି ସଠିକ ସୂଚନା ମିଳି ନ ଥିବା ବେଳେ ଏହା ପଛରେ ଅନ୍ଧବିଶ୍ୱାସ ଥିବା ଆଶଙ୍କାକୁ ବି ଏଡ଼ାଇ ଦିଆଯାଇ ନ ପାରେ। ଏହାବାଦ ମହିଳାଙ୍କ ମାନସିକ ସ୍ଥିତି କିପରି ଥିଲା, ସେନେଇ ମଧ୍ୟ ପୁଲିସ୍‌ ତଦନ୍ତ ଚଳାଇବା ସହ ସାହି ପଡ଼ିଶାଙ୍କୁ ପଚରାଉଚରା କରୁଛି ।

Show More
Back to top button