ରାଜନୀତିରାଜ୍ୟ

କରୋନା ସଂକ୍ରମଣକୁ ଦେଖି ପିପିଲି ଉପନିର୍ବାଚନ ଘୁଞ୍ଚାଇବା ପାଇଁ ହାଇକୋର୍ଟରେ ପିଆଇଏଲ କଲେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୫.୨୦୨୧:  ପିପିଲି ଉପନିର୍ବାଚନ ଘୁଂଚାଇବା ପାଇଁ ହାଇକୋର୍ଟରେ ପିଆଇଏଲ କଲେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟକାନ୍ତ ପାଢ଼ୀ । କରୋନା ସଂକ୍ରମଣକୁ ଦେଖି ନିର୍ବାଚନ ସ୍ଥଗିତ ରଖିବା ପାଇଁ ଆବେଦନ କରିଛନ୍ତି । ଅନ୍ତତଃ ୪ ମାସ ଯାଏଁ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ଆବେଦନ କରାଯାଇଛି ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏପ୍ରିଲ ୧୭ ତାରିଖରେ ହୋଇଥାନ୍ତା ଉପ ନିର୍ବାଚନ । ୩ ପ୍ରମୁଖ ଦଳର ପ୍ରାର୍ଥୀ ନିଜ ନିଜ ସପକ୍ଷରେ ପ୍ରଚାରକୁ ଜୋରଦାର କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଦେହାନ୍ତ ହୋଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଭୋଟ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରଥମେ ମେ’ ୧୩ ଓ ପରେ ଇଦୁଲଫିଦଲ ଯୋଗୁଁ ମେ’ ୧୬କୁ ଘୁଂଚାଇ ଦିଆଯାଇଥିଲା ଉପନିର୍ବାଚନ ।

Show More
Back to top button