ଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଦେଶରେ ୫ ହଜାର ତଳେ ଦୈନିକ କରୋନା ପଜିଟିଭ୍‍ ସଂଖ୍ୟା, ୨୫୫ ଜଣଙ୍କ ମୃତ୍ୟୁ

ସତ୍ୟଶିଖା( ନୂଆଦିଲ୍ଲୀ )୧୧.୦୩.୨୦୨୨ : ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ଦେଶରେ ୫ ହଜାର ତଳେ ରହିଛି ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ଆଉ ୪,୧୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୬,୨୦୮ କରୋନା ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ଦେଶରେ ଏଯାଏ କରୋନାରୁ ମୋଟ୍ ସୁସ୍ଥ ହେଲେଣି ୪,୨୪,୨୬,୩୨୮ ଆକ୍ରାନ୍ତ । ସେହିପରି ଗତ ୨୪ ଘଣ୍ଟାରେ ଆଉ ୨୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ମୃତକଙ୍କୁ ମିଶାଇ ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୫,୧୫,୭୧୪ ରେ ପହଞ୍ଚିଛି । ସଂକ୍ରମଣକୁ ମାତ୍ ଦେବାକୁ ଦେଶରେ ଟିକାକରଣ କରାଯାଉଛି ।

Show More
Back to top button