ଅପରାଧନ୍ୟୁଜ୍ରାଜ୍ୟ

ଅବକାରୀ ବିଭାଗର ଅତର୍କିତ ଚଢ଼ାଉ: ଦେଶୀ ମଦ ଜବତ

ସତ୍ୟଶିଖା (ଭଦ୍ରକ) ୨୬/୦୧/୨୦୨୧ : କାରରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ । ଏହି ମଦ କାରବାରରେ ସଂପୃକ୍ତ ଥିବା ଜଣେ ଗିରଫ । ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ ଓ ଭ୍ରାମ୍ୟମାଣ ଭାରପ୍ରାପ୍ତ ଅଧିକାରୀ ଶ୍ରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ୍‌ ଅତର୍କିତ ଚଢ଼ାଉ କରିଥିଲେ ।

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ଆନିକଟ ନିକଟରେ ପେଟ୍ରୋଲିଂ ବେଳେ ମଦ ଭର୍ତ୍ତି କାରକୁ ଅଟକା ଯାଇଥିଲା । କାର ଭିତରୁ ୪୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ମୁଗୁପୁର ଗ୍ରାମର ଲିପୁରଞ୍ଜନ ଦେହୁରୀ । ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏ ନେଇ ଅବକାରୀ ବିଭାଗ କେସ ନଂ ୧୩୦ରେ ମାମଲା ରୁଜୁ କରାଯାଇଛି ।

Show More
Back to top button