

ସତ୍ୟଶିଖା (ପୁରୀ) ୧୬/୦୧/୨୦୨୧ : ପୁରୀ ବେଳାଭୂମିରେ କରୋନା ଟିକାକରଣକୁ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିପାଇଁ ସେ ବାଲିରେ ତିଆରି କରିଛନ୍ତି ବିଶାଳ ବାଲୁକା କଳା ।
ଟୁଗେଦର ଉଇ କ୍ୟାନର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଆଜି ଦେଶରେ କରୋନା ବିରୋଧରେ ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହେଉଥିବା ବେଳେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା ସମସ୍ତଙ୍କୁ ଟିକାକରଣ ଦିଗରେ ସଚେତନ କରିବ ନିଶ୍ଚୟ ।