ଦେଶରାଜ୍ୟଶିକ୍ଷା

ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ

ସତ୍ୟଶିଖା(ଭୁବନେଶ୍ୱର) ୦୩.୦୮ .୨୦୨୧:  ବହୁ ପ୍ରତୀକ୍ଷିତ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଲା । କୋଭିଡ ସଂକ୍ରମଣ ଯୋଗୁଁ ଏଥର ପରୀକ୍ଷା ଗୃହରେ ବସି ଛାତ୍ରଛାତ୍ରୀ ମାନେ ପରୀକ୍ଷା ଦେଇନଥିଲେ । ୨୦ଲକ୍ଷରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେଇଥିଲେ । ତେଣୁ ରେଜଲ୍ଟ ପାଇଁ ବିକଳ୍ପ ମୂଲ୍ୟାୟନ କରିଛି ସିବିଏସଇ । ୨୦,୯୭,୧୨୮ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୦,୬୭,୯୯୭ ଜଣ ପାସ କରିଛନ୍ତି । ଏହି ରେଜଲ୍ଟରେ ଛାତ୍ରଙ୍କୁଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି । ଛାତ୍ରଙ୍କ ପାସ ହାର ୯୮.୮୯% ରହିଥିବା ବେଳେ ଛାତ୍ରୀଙ୍କ ପାସ ହାର ୯୯.୨୪% ରହିଛି । କେନ୍ଦ୍ରିୟ ବିଦ୍ୟାଳୟରେ ୧୦୦% ପାସ ହାର ରହିଛି । ଭୁବନେଶ୍ୱର ରିଜିୟନରେ ୯୯.୬୨ ପ୍ରତିଶତ ରହିଛି । ତ୍ରିଭେନ୍ଦ୍ରମ ରିଜିୟନରେ ସର୍ବାଧିକ ୯୯.୯୯% ରହିଛି ।

Show More
Back to top button