ଦେଶ

ନାସାର ଦାବି, ସୂର୍ଯ୍ୟ ପରାଗ ପରେ ମରିବ କରୋନା ଭୂତାଣୁ!

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୧ ଜୁନ୍ ରହିଛି। ରବିବାର ହେବାକୁ ଥିବା ଏହି ପରାଗ ସାରା ବିଶ୍ୱରେ ଦେଖାଯିବ। ଏହି ସୂର୍ଯ୍ୟ ପରାଗ ନିଆଁର ଏକ ରିଙ୍ଗ ଆକାରରେ ଦୃଶ୍ୟମାନ ହେବ। ତେବେ ଏହି ସୂର୍ଯ୍ୟ ପରାଗ ପରେ କରୋନା ଭାଇରସ ପଳାଇବ। ବିଜ୍ଞାନ ଏଭଳି କିଛି କହିଛି। ସାରା ଦେଶ ପାଇଁ କରୋନା ଚିନ୍ତାଜନକ ପାଲଟିଥିବା ବେଳେ ବିଜ୍ଞାନର ଏଭଳି ଯୁକ୍ତି ଅନେକଙ୍କ ମନରେ ଆଶା ସଞ୍ଚାର କରିଛି।

ଏହା ହେଉଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ସୂର୍ଯ୍ୟ ପରାଗର ସମୟ ପ୍ରାୟ ୬ ଘଣ୍ଟା ରହିଛି। ଜ୍ୟୋତିଷମାନେ ବିଶ୍ୱାସ କରନ୍ତି ଯେ ଡିସେମ୍ବର ୨୦୧୯ ରେ ସୂର୍ଯ୍ୟ ପରାଗ ପରେ କରୋନା ଜୀବାଣୁ (କୋଭିଡ -୧୯) ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଜୁନ୍ ୨୧ ରେ ପଡୁଥିବା ସୂର୍ଯ୍ୟ ପରାଗ ସହିତ କରୋନା ମହାମାରୀ ଲୋପ ପାଇବ।

ଚେନ୍ନାଇର ଆଣବିକ ଏବଂ ଭୂ ବୈଜ୍ଞାନିକ ଡଃ କେଏଲ ସୁନ୍ଦର କୃଷ୍ଣା କହିଛନ୍ତି, କରୋନା ଭାଇରସ୍ ଡିସେମ୍ବର ୨୬ ରୁ ବ୍ୟାପିଛି। ତେଣୁ ଏହି ସୂର୍ଯ୍ୟ ପରାଗ ପରେ କରୋନା ଭାଇରସ ସମାପ୍ତ ହେବ। ସୂର୍ଯ୍ୟ ପରାଗରୁ ବାହାରୁଥିବା ଆଲୋକ ବା ଫିସନ୍ ଶକ୍ତି ନିଉଟ୍ରନ୍ କଣିକାର ସଂସ୍ପର୍ଶରେ ଆସିବା ପରେ କରୋନୋ ଭାଇରସ ଦୁର୍ବଳ ହୋଇଯିବ।

ଆହୁରି ପଢ଼ନ୍ତୁ

ଡିସେମ୍ବର ୨୬, ୨୦୧୯ ରେ ଶେଷ ସୂର୍ଯ୍ୟ ପରାଗ ପରେ ଗ୍ରହମାନଙ୍କର ସ୍ଥିତି ବଦଳି ଯାଇଛି। ଯାହାର ପ୍ରଭାବ କରୋନା ଭାଇରସକୁ ସୃଷ୍ଟି କରିଥିଲା। ସୂର୍ଯ୍ୟଙ୍କ ପାଖରୁ ଉତ୍ପନ୍ନ ହେବାକୁ ଥିବା ଆଲୋକ ବା ଫିସନ୍ ଶକ୍ତି ନ୍ୟୁଟ୍ରନକୁ ଜନ୍ମ ଦିଏ। ଯଦି ବାୟୋ ମୋଲିକୁଲାର ଗଠନର ପରିବର୍ତ୍ତନ କରୋନା ଭାଇରସର ସମ୍ଭାବ୍ୟ ଉତ୍ସ ହୋଇଥିବ ତା’ହେଲେ ଏହାର ସୂର୍ଯ୍ୟ ପରାଗ ଏବଂ କିରଣ ଏହାର ଉପଚାର ବୋଲି ସେ କହିଛନ୍ତି।
ପ୍ରକୃତରେ ନୋଭେଲ୍ କରୋନା ଭାଇରସ୍ ନାମକ କୋଭିଡ୍ -୧୯ ଭାଇରସ। ‘କରୋନା’ ଅର୍ଥ ତାଜ୍।

ଟାଇମ୍ସ ରିପୋର୍ଟ ଅନୁଯାୟୀ, ୧୯୮୬ ରେ ‘କରୋନା ଭାଇରସ୍’ ଶବ୍ଦ ବାବଦରେ ବୈଜ୍ଞାନିକମାନେ ଜାଣିବାକୁ ପାଇଥିଲେ। ମାଇକ୍ରୋସ୍କୋପ୍ ମାଧ୍ୟମରେ ସେମାନେ ଦେଖୁଥିବା ଭାଇରସ କରୋନା ପରି ଦେଖାଯାଉଛି। ତାହା ହେଉଛି, ସୂର୍ଯ୍ୟ ଗ୍ରହଣ ସମୟରେ ଦେଖାଯାଉଥିବା ସୂର୍ଯ୍ୟଙ୍କ ଚାରିପାଖରେ ଥିବା ଗ୍ୟାସର ଉଜ୍ଜ୍ୱଳ ମୁକୁଟ।

ନାସା ମଧ୍ୟ ସମାନ କଖା କହିଛି “ସୂର୍ଯ୍ୟଙ୍କ କରୋନା (ମୁକୁଟ ବା ତାଜ୍) ହେଉଛି ସୂର୍ଯ୍ୟର ବାୟୁମଣ୍ଡଳର ବାହ୍ୟ ଅଂଶ। କରୋନା ସାଧାରଣତଃ ସୂର୍ଯ୍ୟ ପୃଷ୍ଠର ଉଜ୍ଜ୍ୱଳ ଆଲୋକ ଦ୍ୱାରା ଲୁଚି ରହିଥାଏ। ସ୍ୱତନ୍ତ୍ର ଉପକରଣ ବ୍ୟବହାର ନକରି ଏହାକୁ ଦେଖି ହେବ ନାହିଁ। କିନ୍ତୁ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ କରୋନା ଦେଖାଯାଇ ପାରେ।

ଗ୍ରୀଷ୍ମ ସମୟରେ କରୋନା ଭାଇରସ ମରିପାରେ। ପୁରାଣ ମଧ୍ୟ ଏହା କହିଛି।ଏହା ପୌରାଣିକ କଥାବାର୍ତ୍ତା ହୋଇଥିବାବେଳେ WHO ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ତେବେ ସୂର୍ଯ୍ୟଙ୍କ କରୋନା ଭାଇରସକୁ ମାରିପାରେ।

[ad_2]
Show More
Back to top button