ଦେଶ

ଲଦାଖ ସୀମାରେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା

ନୂଆଦିଲ୍ଲୀ: ଏବେ ଚୀନକୁ ଜବାବ ଦେବାକୁ ପଛ ଘୁଞ୍ଚା ଦେବେନି ବୀର ଯବାନ। ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (ଏଲଏସି)ରେ ଚୀନର କୌଣସି ପ୍ରକାର ବିଶୃଙ୍ଖିତ ଆଚରଣ ଆଗାମୀ ଦିନରେ ମହଙ୍ଗା ସାବ୍ୟସ୍ତ ହୋଇପାରେ। କାରଣ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ସେନାକୁ ସମ୍ପୂର୍ଣ୍ଣ କ୍ଷମତା ଦେଇଛନ୍ତି। ପୂର୍ବରୁ ସେନା ପାଖରେ ସମ୍ପୂର୍ଣ୍ଣ କ୍ଷମତା ଥିଲା। ହେଲେ ଏବେ ଚୀନର ପ୍ରତିଟି ଭୁଲର ବିଶୃଙ୍ଖଳିତ ଆଚରଣକୁ କଡ଼ା ଜବାବ ଦେବାକୁ ରାଜନାଥ ସିଂହ କହିଥିବା ସେନା ପକ୍ଷରୁ ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ରବିବାର ଲଦାଖ ପ୍ରସଙ୍ଗରେ ରାଜନାଥ ସିଂହ ବୈଠକ କରିଥିଲେ। ଏହି ବୈଠକରେ ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ସହିତ ତିନି ସେନାର ମୁଖ୍ୟ ଯୋଗ ଦେଇଥିଲେ। ଏହି ଚାରି ସେନା ଅଧିକାରୀଙ୍କ ସହିତ ରାଜନାଥ ସିଂହ ଆଲୋଚନା କରିଥିଲେ। ବୈଠକରେ ଚୀନର ପ୍ରତିଟି ଭୁଲର କଡ଼ା ଜବାବ ଦେବାକୁ ରାଜନାଥ ସିଂହ ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।

ଗଲଓ୍ୱାନ ଉପତ୍ୟକାରେ ଚୀନ ଏବଂ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ। ଏବେ ଚୀନ ପ୍ୟାଙ୍ଗାଙ୍ଗ ହ୍ରଦର ୮ କିଲୋମିଟର ଏରିଆକୁ ଚୀନ ଘେରି ରଖିଛି। ବିଶେଷଜ୍ଞ ଆକଳନ କରିଛନ୍ତି ଯେ, ଏବେ ଚୀନ ପ୍ୟାଙ୍ଗଙ୍ଗ ହ୍ରଦକୁ ନେଇ ବିବାଦ ସୃଷ୍ଟି କରିପାରେ। ମେ ୫ ଏବଂ ୬ରେ ଏହି ସ୍ଥାନରେ ଦୁଇ ଦେଶର ସେନା ହାତାହାତି ହୋଇଥିଲେ।

[ad_2]
Show More
Back to top button